Advertisment

ପ୍ରେମିକା ପାଖକୁ ଧାଇଁ ଯାଇଥିଲେ ପ୍ରେମିକ, ଘରୁ ବାହାରିଲା ମୃତଦେହ

ପପୁନିଙ୍କ ଘର ନିମାପଡା ଅଞ୍ଚଳରେ ହୋଇଥିବା ବେଳେ ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରନ୍ତି।

ଅଦ୍ୟତନ ହୋଇଛି
Papuni Swain

Papuni Swain

Advertisment

ହସଖୁସିରେ ସମୟ କାଟିବାକୁ ନିଜ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ । ଭାବିଥିଲେ ସ୍ୱପ୍ନର ଦୁନିଆରେ ଦୁହେଁ ହଜିଯିବେ, ପରସ୍ପରକୁ ଖୁବ୍‌ ଭଲ ପାଇବେ। କିନ୍ତୁ ବାସ୍ତବ ଚିତ୍ର ଓଲଟା ହେଲା। ପ୍ରେମିକା ଘରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଉଚ୍ଚବାଚ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକଜଣକ ପ୍ରେମିକାଙ୍କ ଘରେ ଜୀବନ ହାରିଛନ୍ତି। ଯେଉଁ ଘରକୁ ମନ ଖୁସିରେ ଦୌଡ଼ି ଆସିଥିଲେ, ସେହି ଘରୁ ବାହାରିଲା ତାଙ୍କ ମୃତଦେହ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀର ଛାତି ଉପରେ ଘଟିଛି।

Advertisment

ମୃତ ଯୁବକଜଣକ ହେଲେ ପପୁନି ସ୍ୱାଇଁ । ପପୁନି ଙ୍କ ଘର ନିମାପଡା ଅଞ୍ଚଳରେ ହୋଇଥିବା ବେଳେ ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରନ୍ତି। ତାଙ୍କର ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ର ଜଣେ ଯୁବତୀଙ୍କ ସହ ୭ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି।

ଏନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି, ପପୁନି ସ୍ୱାଇଁଙ୍କର ୭ ବର୍ଷ ହେବ ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଗତିକାଲି ସେ ଯୁବତୀଙ୍କ ଘରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ଯୁବତୀଜଣକ ତାଙ୍କୁ ଉଦ୍ଧାର କରିଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି।

Advertisment

ଏହାପରେ ପପୁନିଙ୍କୁ ବୁଝାଶୁଝା କରି ଯୁବତୀଜଣକ କାମ କରୁଥିବା ଜନସେବା କେନ୍ଦ୍ରକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ବେଳେ ଫେରି ପପୁନି ଘରେ ଅଚେତନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ। ଏନେଇ ସେ ପପୁନିଙ୍କ ଘର ଲୋକଙ୍କୁ ଫୋନ୍‌ କରି ଜଣାଇଲେ। ଏହାପରେ ଉଭୟ ପକ୍ଷଙ୍କ ଘର ଲୋକ ପହଞ୍ଚିଥିଲେ।

ପପୁନିଙ୍କୁ ତୁରନ୍ତ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ । ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ପଠାଯାଇଛି। ଏଥିସହ ସବୁ ଦିଗରୁ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଏନେଇ ପପୁନିଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନି। 

Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe