ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱରର ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘର ଘଡ଼ା ନେଇ ବିଷ୍ଣୁପ୍ରିୟା ଓ ତାଙ୍କ ସାଙ୍ଗ ରହୁଥିଲେ। ତେବେ ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
Also Read
ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି। କିନ୍ତୁ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୁଲିସ। ଏହା ଆତ୍ମହତ୍ୟା ବୋଲି ଭରତପୁର ଆଇଆଇସି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଗୋଟିଏ ଦିନରେ ରାଜ୍ୟର ଦୁଇଟି ବ୍ୟାଙ୍କରେ ସଶସ୍ତ୍ର ଡକାୟତି
ଗୋଟିଏ ସ୍ଥାନରେ ଭୋରରେ ଓ ଅନ୍ୟଟିରେ ସକାଳ ୧୦ଟା ବେଳେ ଡକାୟତି ହୋଇଛି। ଡକାୟତି ବେଳେ ଉଭୟ ବ୍ୟାଙ୍କରେ କର୍ମଚାରୀ ଉପସ୍ଥିତ ଥିଲେ।

Crime
ବାହାଘରର ୩ ସପ୍ତାହ ପରେ ସ୍ୱାମୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ତ୍ରୀ
ମଧ୍ୟରାତ୍ରରେ ମାତ୍ର ୩ ସପ୍ତାହ ତଳେ ବାହା ହୋଇଥିବା ପତ୍ନୀ କୁରାଢ଼ୀରେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀଙ୍କୁ ହାଣି ହତ୍ୟା କରିଛି।

Crime
ଆଉ ଜଣେ ବେୱାଫା ପତ୍ନୀ: ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା, ମୃତଦେହ ନଦୀରେ ଫିଙ୍ଗିଲା
ପ୍ରେମ ବିବାହର ୧୮ ବର୍ଷ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ସେମାନେ ନଦୀରେ ଫିଙ୍ଗି ଦେଇଛନ୍ତି।

Crime
ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଗଡ଼ିଲା ମୁଣ୍ଡ, ବରିଷ୍ଠ ସେବାୟତଙ୍କୁ ହତ୍ୟା
ମୃତ ସେବାୟତଙ୍କୁ ୮୩ ବର୍ଷ ହୋଇଥିଲା।

Crime
ବେୱାଫା ସୋନମ ଓ ଧୋକାବାଜ ଶୁଭ
୨୦୦୩ ମସିହା ବେଙ୍ଗାଲୁରୁ ରିଙ୍ଗ ରୋଡ ମର୍ଡର ସ୍ମୃତିକୁ ତାଜା କରିଛି। ଧୋକାବାଜ ଶୁଭର ଭୟଙ୍କର ଷଡ଼ଯନ୍ତ୍ର କାହାଣୀ ପୁଣି ଦେଶ ମନେପକାଇଛି।