Advertisment

ବ୍ଲାକମେଲିଂ କରୁଥିଲେ ପ୍ରେମିକ, ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

ଆଳି ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Died Young Woman

Died Young Woman

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଜବାଟି ରୋଡ୍‌ ସ୍ଥିତ ଲୋକାପଡ଼ା ଗାଁରେ ଏକ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ।

Advertisment

ମୃତ ଯୁବତୀଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ। ସେ କିଛିଦିନ ହେବ ଏଠାରେ ରହି ଆଳିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ।

ଏହି ଯୁବତୀଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକ ଦାୟୀ ବୋଲି ତାଙ୍କ ପରିବାର ଲୋକେ ଆଜି ଆଳି ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ଆଳିକୁ ଆସିବା ପୂର୍ବରୁ ମୃତ ଯୁବତୀ ଚାନ୍ଦବାଲିରେ ଏକ ସଂସ୍ଥାରେ କାମ କରୁଥିଲେ। ସେଠାରେ କାର୍ଯ୍ୟ କରୁଥିବା ବେଳେ ଅଜୟ କୁମାର ବେହେରା ନାମରେ ଜଣେ ଯୁବକ ତାଙ୍କୁ ଭଲ ପାଉଥିଲେ। ବିବାହର ପ୍ରଲୋଭନ ଦେଖାଇ ସେ ଏହି ଯୁବତୀଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନକୁ ନେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ ଓ ତା’ର ଭିଡିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକମେଲିଂ କରୁଥିଲେ। ସେ ଯୁବତୀ ଜଣଙ୍କୁ ଟଙ୍କା ମାଗୁଥିଲେ। ତେବେ ଯୁବତୀ ଜଣଙ୍କ ତାଙ୍କ ଦାବି ମୁତାବକ ଟଙ୍କା ଦେଇ ପାରି ନଥିଲେ। ସେଠାରୁ ସେ ଚାକିରି ଛାଡ଼ି ଆସିବା ପରେ ମଧ୍ୟ ଯୁବକ ଜଣଙ୍କ ତାଙ୍କୁ ହଇରାଣ କରିଆସୁଥିଲେ।

ଦୁଇ ଦିନ ତଳେ ଅର୍ଥାତ୍ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଯୁବତୀ ଜଣଙ୍କ ଘରଲୋକଙ୍କୁ ସବୁ କଥା କହିଥିଲେ। ଏହା ପରେ ପରିବାରରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଯୁବତୀ ଓ ତାଙ୍କ ଭାଇ ଉକ୍ତ ବ୍ୟକ୍ତିଙ୍କୁ ବୁଝାଇଥିଲେ। କିନ୍ତୁ ଲୋକଲଜ୍ଜା ଭୟରେ ଥାନାକୁ ଯାଇ ଅଭିଯୋଗ କରି ନଥିଲେ।

ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଯୁବତୀ ଜଣଙ୍କ ଆଳିରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ସୂଚନା ପାଇଥିଲେ।

ଏହି ଘଟଣା ପାଇଁ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପ୍ରେମିକ ଅଜୟଙ୍କୁ ଦାୟୀ କରିଛନ୍ତି। ଯୁବତୀଙ୍କର ଦୁଇଟି ଯାକ ମୋବାଇଲ ଯାଞ୍ଚ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସି ପାରିବ ବୋଲି ତାଙ୍କ ଭାଇ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ଆଳି ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe