Advertisment

ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ

ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder case

Murder case

ତୁଚ୍ଛ ହେଲା ରକ୍ତ ସଂପର୍କ। ସାନ ଭାଇର ଟାଙ୍ଗିଆ ଚୋଟରେ କଲା ବଡ଼ ଭାଇର ଜୀବନ। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଗଙ୍ଗାପଡାରେ ଘଟିଛି ଏହି ଘଟଣା। ମୃତକ ହେଲେ ବଡ଼ ଭାଇ ସୁନିଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶିଲ ସୋରେନଙ୍କୁ ଅଟକ ରଖିଛି ପୁଲିସ।

Advertisment

ରବିବାର ବିଳମ୍ବିତ ରାତିରେ ସୁନିଲ ନିଜ ମା’କୁ ମାରିବାକୁ ଉଦ୍ୟତ ହେବାବେଳେ ବଡ଼ ଭାଇ ସୁଶିଲ ତାଙ୍କୁ ଅଟକାଇ ଥିଲେ। ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସୁଶିଲ ଏକ ଟାଙ୍ଗିଆରେ ସୁନିଲଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ସୁନିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡର ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  

Advertisment
Murder Jarasuguda