/odisha-reporter/media/post_attachments/uploadimage/library/16_9/16_9_0/Crime_1693412698.jpg)
Crime
ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ସାମାନ୍ୟ କଳିରୁ ରକ୍ତର ହୋଲି ଖେଳିଳା ସାନଭାଇ। ଅତି ନିର୍ମମ ଭାବେ ବଡ଼ଭାଇକୁ କୋଦାଳରେ ପିଟିପିଟି ହତ୍ୟା କଲା ସାନଭାଇ। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ବୌଦ୍ଧ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାନ ଭାଇକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ଘରୋଇ କଳିକୁ ନେଇ ଆଜି ଅପରାହ୍ନ ସମୟରେ ବାଉଁଶୁଣି ଥାନା ଜମଘାଟି ଗାଁର ଚକ୍ର ପ୍ରଧାନଙ୍କ ସହିତ ତାଙ୍କ ସାନ ଭାଇ ମକର ପ୍ରଧାନ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିସରେ ଉତ୍କ୍ଷିପ୍ତ ହୋଇ ମକର ପ୍ରଧାନ କୋଦାଳରେ ବଡ଼ ଭାଇ ଚକ୍ରଙ୍କୁ ପିଟିପିଟି ହତ୍ୟା କରିଥିଲା।
ସାହିଭାଇ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମକର ପ୍ରଧାନକୁ ଗିରଫ କରିଛି। ଅନ୍ୟପକ୍ଷରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳକୁ ମଧ୍ୟ ପୁଲିସ୍ ଜବତ କରିଛି। ପାରିବାରିକ ଗଣ୍ଡଗୋଳରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
