ଅପହରଣର 40 ଘଣ୍ଟା ପରେ ମିଳିଳା ମୃତଦେହ | Odisha Reporter
ଅପହରଣ ପରେ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ! ଏପରି ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ଘଟିଛି। ତେବେ ତାଙ୍କୁ କିଏ ଓ କାହିଁକି ଅପହରଣ କଲା ଏବଂ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। କବିସୂର୍ଯ୍ୟନଗର କେ.ଖରିଡା ଗାଁର ଦୀପୁ ପାତ୍ର ଗତ ଶୁକ୍ରବାର କୌଣସି ଏକ ମାମଲାରେ କୋଦଳା କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସରିବା ପରେ ସେ ନିଜ ଗାଁକୁ ଫେରିଥିଲେ। ସେହି ସମୟରେ ତାଙ୍କୁ ଜେ.ଛଚିନା ଗାଁ ନିକଟରୁ ଅପହରଣ କରାଯାଇଥିଲା। ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ଦୀପୁଙ୍କ ପତ୍ତା ପାଇନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
