Advertisment

ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ

ହେମଗିର ଥାନା ଜୁଲୁମବାହାଲ ପୁରନା ଗାଁର ଅଙ୍ଗନବାଡି କର୍ମୀ ହେଉଛନ୍ତି ଦିବ୍ୟାଭାରତୀ ଅଢା। ତାଙ୍କୁ ସେହି ଗାଁର ଶରତ କଉଡି ଏକ ତରଫା ପ୍ରେମ ନିବେଦନ କରୁଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ହେମଗିର ଥାନା ଜୁଲୁମବାହାଲ ପୁରନା ଗାଁର ଅଙ୍ଗନବାଡି କର୍ମୀ ହେଉଛନ୍ତି ଦିବ୍ୟାଭାରତୀ ଅଢା। ତାଙ୍କୁ ସେହି ଗାଁର ଶରତ କଉଡି ଏକ ତରଫା ପ୍ରେମ ନିବେଦନ କରୁଥିଲେ। କଳେବଳେ କୌଶଳେ ଦିବ୍ୟାଭାରତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ। ହେଲେ ସେଥିରେ ରାଜି ହେଉନଥିଲେ ଦିବ୍ୟାଭାରତୀ। ବାରମ୍ୱାର ଶରତଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିଆସୁଥିଲେ। ଯେଉଁଥିପାଇଁ ଶରତ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ।

ସବୁଦିନ ପରି ଆଜି ଦିବ୍ୟାଭାରତୀ ଅଙ୍ଗନବାଡ଼ି କେନ୍ଦ୍ର ଯାଇଥିଲେ। ପିଲାଙ୍କୁ ପାଠ ପଢ଼ାଇ ଆଜି ମଧ୍ୟାହ୍ନରେ ଘରକୁ ଫେରୁଥିଲେ। ତେବେ ନିଛାଟିଆ ରାସ୍ତା ଦେଖି ଶତର ଏକ ଫାର୍ସାରେ ତାଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଦିବ୍ୟାଭାରତୀଙ୍କ କାକା ହେମଗିର ଥାନାରେ ଲିଖିର ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଅଭିଯୁକ୍ତ ଶରତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୁଲିସ୍‌।

Advertisment

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe