Advertisment

ପତ୍ନୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଯାଇଥିଲେ! ହେଲେ...

ମିଥୁନ୍‌ଙ୍କ ଶାଶୁ ମଦନା ବଢ଼ିଆଙ୍କ କହିବା ଅନୁସାରେ ବହୁବାର ବିବାଦ ସମାଧାନ କରିବା ପାଇଁ ବହୁ ଉଦ୍ୟମ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିନଥିଲା। ୪ ବର୍ଷ ତଳେ ପିଲା ଛୁଆଙ୍କୁ ମିଥୁନ୍‌ଙ୍କ ପତ୍ନୀ ବାପ ଘରକୁ ଚାଲି ଯାଇଥିଲେ।

ଅଦ୍ୟତନ ହୋଇଛି
Murder

Balangir

Advertisment

ଭୁଲ୍‌ ବୁଝାମଣାରୁ ସୁନାର ସଂସାର ଭାଙ୍ଗି ଯାଇଥିଲା! ବାହାଘରର ୪ ବର୍ଷ ପରେ ଅସଜଡ଼ା ସଂସାରକୁ ସଜାଡ଼ିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। ହେଲେ ବିଳମ୍ୱିତ ରାତିରେ ଶ୍ୱଶୁର ଘର ଗାଁ ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ମିଥୁନ ଖୁଆଁଚି। ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Advertisment

ପୁଇଁତଲା ଥାନା ଲାଦେରବାହାଲ ଗାଁର ମିଥୁନ ଖୁଆଁଚି ୮ ବର୍ଷ ତଳେ ଲାଦେରବାହାଲ ଗ୍ରାମରୁ ବିବାହ କରିଥିଲେ। ବିବାହ ପରେ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଥିଲା। ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ହେଲେ ହଠାତ୍‌ ମିଥୁନ୍‌ଙ୍କ ସଂସାରରେ ଉଠିଲା ଝଡ଼। ମଦ ନିଶାରେ ମିଥୁନ୍‌, ତାଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କୁ ମାଡ଼ଧର କରୁଥିଲେ।

ମିଥୁନ୍‌ଙ୍କ ଶାଶୁ ମଦନା ବଢ଼ିଆଙ୍କ କହିବା ଅନୁସାରେ ବହୁବାର ବିବାଦ ସମାଧାନ କରିବା ପାଇଁ ବହୁ ଉଦ୍ୟମ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିନଥିଲା। ୪ ବର୍ଷ ତଳେ ପିଲା ଛୁଆଙ୍କୁ ମିଥୁନ୍‌ଙ୍କ ପତ୍ନୀ ବାପ ଘରକୁ ଚାଲି ଯାଇଥିଲେ। ଯାହାକୁ ନେଇ ବିବ୍ରତ ହୋଇପଡ଼ିଥିଲେ ମିଥୁନ୍‌। ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ମିଥୁନ୍‌ ଶ୍ୱଶୁର ଘରକୁ ଯାଇଥିଲେ। କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ତା’ପରେ ମିଥୁନ ବିଷ ଖାଇ ଦେଇଥିବା ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ୱଶୁର ଘର ଲୋକ ଯଦି ଠିକ୍‌ କଥା କହୁଛନ୍ତି, ତାହାହେଲେ ଲାଦେରବାହାଲ ଛକରେ ମିଥୁନ୍‌ ଗୁରୁତର ଅବସ୍ଥାରେ କେମିତି ପଡ଼ିଲେ? ଏହାର ଉତ୍ତର କାହା ପାଖରେ ନଥିବା ବେଳେ ସ୍ଥାନୀୟ ଲୋକେ ମିଥୁନ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟୁଛି। ମିଥୁନଙ୍କ ଘର ଲୋକେ ଆସିନଥିବାରୁ ପୋଷ୍ଟମୋର୍ଟମ ହୋଇପାରି ନାହିଁ। ପୁଇଁତଲା ପୁଲିସ ଘଟଣାର ତଦନ୍ତ କରୁଛି। ଶ୍ୱଶୁର ଘର ଲୋକେ ମିଥୁନଙ୍କ ମାଡ ମାରି ଫିଙ୍ଗି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Murder Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe