Advertisment

ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ

ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ।

Train

Train

Advertisment

ପରିଚୟ ଖୋଜୁଛି ମୃତଦେହ। ରେଳଧାରଣ କଡ଼ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇ ପରିଚୟ ଖୋଜୁଛି। ମୃତ ବ୍ୟକ୍ତି କିଏ? ତା’ର ମୃତ୍ୟୁ କେମିତି ହେଲା? ଏହା ହତ୍ୟା ଆତ୍ମହତ୍ୟା? ଏମିତି ବିଭିନ୍ନ ଦିଗରୁ ଜିଆର୍‌ପି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇ ଦେଇଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ପାଇନାହିଁ। ପରିଚୟ ଜାଣିବା ପାଇଁ ଜିଆର୍‌ପି ରେଳଧାରଣ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପଚରାଉଚରା କରୁଛି। ମାତ୍ର ସେମିତି କିଛି ତଥ୍ୟ ପାଉନାହିଁ। ଅନ୍ୟପକ୍ଷରେ ମୃତଦେହ ପାଖରୁ କୌଣସି ତଥ୍ୟ ପାଇନି ପୁଲିସ୍‌।

ସେପଟେ ମୃତଦେହକୁ ନେଇ ନାନା ସନ୍ଦେହ ପ୍ରକାଶ ପାଉଛି। ଯଦି ସମ୍ପୃକ୍ତି ବ୍ୟକ୍ତି ଜଣକ ଟ୍ରେନ୍‌ରେ କଟିଥିଲେ, ତାହାହେଲେ ତାଙ୍କ ଦେହ ସାରା କ୍ଷତ କେଉଁଠୁ ଆସିଲା? କ’ଣ ତାଙ୍କୁ ହତ୍ୟା ପରେ ରେଳ ଧାରଣକୁ ଫିଙ୍ଗି ଦିଆଯାଇଛି କି? ମୃତଦେହକୁ ନେଇ ଏପରି ନାନା ସନ୍ଦେହ ପ୍ରକାଶ ପାଉଛି।

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe