Advertisment

ବାହାଘର ଠିକ୍‌ ହେଲା ବୋଲି ଧରମ ଭଉଣୀର ବେକ କାଟିଦେଲେ!

ଗତ ୪ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମାଳତୀ ଘରେ ଏକାକୀ ଥିଲେ। ସାନ ଭଉଣୀ କଲେଜ ଯାଇଥିବା ପରିବାର ଲୋକ ଅନ୍ୟ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମାଳତୀଙ୍କ ଘରକୁ ଆସିଥିଲେ ଅଜୟ।

author-image
Manoranjan Sial
undefined

Woman

ଧରମ ଭଉଣୀ କହି ଘରକୁ ଯି’ଆସ କରୁଥିଲେ। ନିଜକୁ ସଚ୍ଚା ଭାଇ ବୋଲି ପରିଚୟ ଦେଉଥିଲେ। ପରିବାର ଲୋକଙ୍କ ସହିତ ଭାବ ଯୋଡ଼ିଥିଲେ। ହେଲେ ଭଉଣୀର ବାହାଘର ଠିକ୍‌ ହେଲା ବୋଲି ତା’ ବେକ କାଟିଦେଲା ଧରମ ଭାଇ! ଏପରି ଅଭିଯୋଗ ଆସିଛି କେନ୍ଦୁଝର ସଦର ଥାନା ଅଞ୍ଚଳରୁ। ହେଲେ ଦୁର୍ଭାଗ୍ୟର ବିଷୟ ଯେଉଁଦିନ ଧରମ ଭଉଣୀର ବେକ କାଟିଥିଲେ, ସେହି ଦିନ ଝାରସୁଗୁଡ଼ା ରେଳ ଲାଇନ୍‌ରୁ ମିଳିଲା ଧରମ ଭାଇର ମୃତଦେହ।

Advertisment

କେନ୍ଦୁଝର ଟାଉନ୍‌ ଥାନା ବରାଳ ଲଜ ଗଳିରେ ମାଳତୀ ବେହେରା(ଛଦ୍ମନାମ)ଙ୍କ ଘର। ସିଏ ତାଙ୍କ ପରିବାର ଲୋକଙ୍କ ସହିତ ରହୁଥିଲେ। ତାଙ୍କର ସମ୍ପର୍କୀୟ ଭାଇ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଜୟ ସାହୁ। ଅଜୟ କେନ୍ଦୁଝର ଟାଉନ୍‌ରେ ଘର ଭଡ଼ା ନେଇ ରହୁଥିବା ବେଳେ ନିୟମିତ ମାଳତୀଙ୍କ ଘରକୁ ଯିବା ଆସିବା କରୁଥିଲେ। ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା। ସମ୍ପର୍କୀୟ ଭାଇ ହିସାବରେ ଅଜୟଙ୍କୁ ମାଳତୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଏହାରି ଭିତରେ ୨୦ ବର୍ଷୀୟା ମାଳତୀଙ୍କ ବାହାଘର ଠିକ୍‌ ହୋଇଥିଲା। ସେଥିପାଇଁ ସେ ବହୁତ ଖୁସି ଥିଲେ।

ଗତ ୪ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମାଳତୀ ଘରେ ଏକାକୀ ଥିଲେ। ସାନ ଭଉଣୀ କଲେଜ ଯାଇଥିବା ପରିବାର ଲୋକ ଅନ୍ୟ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମାଳତୀଙ୍କ ଘରକୁ ଆସିଥିଲେ ଅଜୟ। ଆଉ ଏକ ଧାରୁଆ ଅସ୍ତ୍ରରେ ମାଳତୀଙ୍କ ବେକ କାଟି ଚମ୍ପଟ ମାରିଥିଲେ। ମାଳତୀଙ୍କ ରକ୍ତାକ୍ତ ମୃତଦେହ ଦେଖି ପରିବାର ଲୋକ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ଟାଉନ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସାଇଣ୍ଟିଫିକ୍‌ ତଥ୍ୟ ଅଧାରରେ ପୁଲିସ୍‌ ଜାଣିବାକୁ ପାଇଥିଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅଜୟ ସାହୁ। ତେଣୁ ଅଜୟଙ୍କୁ ଧରିବା ପାଇଁ କେନ୍ଦୁଝର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ୬ଟି ଟିମ୍‌ ଗଠନ କରାଯାଇଥିଲା। ଅଜୟ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଆଣି ଜେରା କରୁଥିଲା। ହେଲେ ଅଜୟଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଉନଥିଲା।

କେନ୍ଦୁଝର ଏସ୍‌ପି ନିତିନ କୁଶଲକର କହିଛନ୍ତି, ଆଜି ସକାଳେ ଝାରସୁଗୁଡ଼ା ଜିଆର୍‌ପିଠାରୁ ଅଜୟ ସାହୁଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଝାରସୁଗୁଡ଼ା ଜିଆର୍‌ପିଙ୍କ କହିବା ଅନୁସାରେ ଗତ ୪ ତାରିଖରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଥିଲା। ତଦନ୍ତ ବେଳେ ଜଣାପଡ଼ିଛି ମୃତ ଯୁବକଙ୍କ ନାଁ ଅଜୟ ସାହୁ। ତେବେ ଅଜୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ତାହା ଉପରେ ତଦନ୍ତ ଚାଲିଥିବା କେନ୍ଦୁଝର ଏସ୍‌ପି କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Murder Kendujhar