Advertisment

ବନ୍ଧୁ ହେଲା ବନ୍ଧୁକ; ଘରୁ ଡାକି ନେଇ ଛୁରୀ ଭୁସି ମାରିଦେଲା!

ଛୁରା ମାଡ଼ ପରେ ରବିନାରାୟଣଙ୍କ ପେଟରୁ ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ସେଇଠାରେ ସେ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକେ ଦେଖି ସୋର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

Murder

Murder

Advertisment

ବନ୍ଧୁ ହେଲା ବନ୍ଧୁକ! ବାହାନା କରି ଘରୁ ଡାକି ନେଲେ। ଆଉ ଜାତୀୟ ରାଜପଥ (ଏନ୍‌ଏଚ୍‌) ପାର୍ଶ୍ୱରେ ପେଟ କାଟି ଦେଇ ପଳାଇଗଲେ। ଶୁକ୍ରବାର ରାତିରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ହତ୍ୟାକାଣ୍ଡ ଘଟିବାର ପ୍ରାୟ ୫ ଘଣ୍ଟା ଭିତରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ବନ୍ଧୁକ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ସାଗରୀକା ନାଥ କହିଛନ୍ତି।

Advertisment

ପୁରୀ ଜିଲ୍ଲା ଟାଉନ ଥାନା ଗୁଣ୍ଡିଚା ମନ୍ଦିର ନିକଟରେ ରବିନାରାୟଣ ଗୁଲିଙ୍କ ଘର। ସେ ଗୋପାଳପୁର ଥାନା ତାଳପଦା ଭିଲ୍ଲା ଗାଁରେ ବିବାହ କରିଥିଲେ। ବାହାଘର ପରେ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହୁଥିଲେ। ସେ ପୁରୀ ଅଞ୍ଚଳର କାଲୁ ଓ ସୁବୁନାଙ୍କୁ ବନ୍ଧୁକ ଦେବ ବୋଲି କହି ୨୦ ହଜାର ଟଙ୍କା ନେଇଥିଲେ। ହେଲେ ଦେଉନଥିଲେ। ଶୁକ୍ରବାର କାଲୁ ଓ ସୁବୁନା ଗୋପାଳପୁର ଆସିଥିଲେ। ସନ୍ଧ୍ୟା ବେଳେ କାଲୁ କାଇଦା କରି ରବିନାରାୟଣଙ୍କୁ ତାଙ୍କ ଘରୁ ଡ଼ାକି ନେଇଥିଲେ। ଉଭୟ ବାଇକ୍‌ରେ ଘରୁ ବାହାରିଥିଲେ। ଆଉ ସେମାନଙ୍କ ପିଛରେ ବସରେ ଯାଇଥିଲେ ସୁବୁନା। ରାତି ପ୍ରାୟ ସେଢ଼େ ୧୦ଟା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ପାର୍ଶ୍ୱରେ ରବିନାରାୟଣଙ୍କ ପେଟ ଓ ପିଠିରେ କାଲୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି।

ଛୁରା ମାଡ଼ ପରେ ରବିନାରାୟଣଙ୍କ ପେଟରୁ ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ସେଇଠାରେ ସେ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକେ ଦେଖି ସୋର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ୍‌ ତାଙ୍କ ମୋବାଇଲ୍‌ରୁ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା। ରବୀନାରାୟଣଙ୍କ ପତ୍ନୀଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଥିଲା।

Advertisment

ଯାଞ୍ଚ ବେଳେ ହତ୍ୟା ନେଇ ସୁରାଗ ମିଳିଥିଲା। ଏହା ପରେ ପୁଲିସ୍‌ କାଲୁ ଓ ସୁବୁନାଙ୍କୁ ପିଛା କରିଥିଲା। ଆଜି ଉଭୟଙ୍କୁ ପିପିଲିରୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ମୃତ ରବୀନାରାୟଣଙ୍କ ବାଇକ୍‌କୁ ପୁଲିସ୍‌ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରୀକା ନାଥ।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Puri Murder Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe