Advertisment

ରାସ୍ତାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଗାଁରେ ଉତ୍ତେଜନା

ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଯୁବକ ଆଜି ସନ୍ଧ୍ୟା ବେଳେ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ମଝି ରାସ୍ତାରେ ସେହି ଗାଁର ଅନ୍ୟ ଜଣେ ଯୁବକ ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
undefined

Murder

Advertisment

ବାଇକ୍‌ରେ ଯାଉଥିବା ବେଳେ ରାସ୍ତାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚରେ ଘଟିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। 

Advertisment

ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଯୁବକ ଆଜି ସନ୍ଧ୍ୟା ବେଳେ ବାଇକ୍‌ରେ ଘରକୁ ଫେରୁଥିଲେ। ଠିକ୍‌ ସେତିକି ବେଳେ ମଝି ରାସ୍ତାରେ ସେହି ଗାଁର ଅନ୍ୟ ଜଣେ ଯୁବକ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଆକ୍ରମ କରିଥିବା ଯୁବକଙ୍କ ଘରରେ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଆସିଥିବା ଅଗ୍ନିଶମ ଗାଡ଼ିକୁ ଛାଡ଼ିନାହାନ୍ତି। 

ମୃତଦେହ ରଖି ଗୋଟିଏ ଗୋଷ୍ଠୀ ରାସ୍ତାରୋକ କରିଛନ୍ତି। ଏବେ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଛି। ମୃତକଙ୍କ ସମ୍ପର୍କୀମାନେ ବିପକ୍ଷ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଯାହାଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ରାମଚନ୍ଦ୍ରପୁର ଥାନା ପୁଲିସ୍‌ ଗାଁରେ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତେଜନା କାବୁ ହେଉନି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Advertisment

ସେପଟେ ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏପରି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି। ହେଲେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Keonjhar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe