Advertisment

ଗାଁ ମୁଣ୍ଡରେ ଭିଣୋଇଙ୍କୁ ଛୁରୀ ଭୁଷି ହତ୍ୟା କଲେ ଶଳା!

ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଅନୁଷ୍କା ଏନେଇ ନିଜ ବାପଘର ଲୋକଙ୍କୁ କହିଥିଲେ। ଗତ ରବିବାର ନିଜ ଭାଇ ମାରକୋଷ ଟପ୍ପୋ ଭଉଣୀ ଅନୁଷ୍କାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଗୋଟି ଗୋଟି କଥା କହିଥିଲେ ଅନୁଷ୍କା।

author-image
Manoranjan Sial
Crime

Crime

ଶଶୁର ଘର ଗାଁ ମୁଣ୍ଡରେ ଭିଣୋଇଙ୍କୁ ଛୁରୀ ଭୁଷି ହତ୍ୟା କଲେ ଶଳା! ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଶଳାକୁ ଅଟକ ରଖିଛି।

Advertisment

ରାଜଗାଙ୍ଗପୁର ଲଖୁଆପଡାର ଜୟରାମ ସତନାମୀ ଜୌରୁମାଲ୍‌ ପଞ୍ଚାୟତ ଟୁଙ୍ଗୁରିପଡା ଅନୁଷ୍କା ଟପ୍ପୋଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ସେ ଶାଶୁ ଘରକୁ ଚାଲି ଯାଇଥିଲେ। ଶାଶୁ ଘରେ ପହଞ୍ଚିବା ପରେ ସ୍ୱାମୀ ଜୟରାମଙ୍କ ଅସଲ ରୂପ ଦେଖିଥିଲେ ଅନୁଷ୍କା। ଅନେକ ସମୟରେ ସେ ତାଙ୍କୁ ମାରଧର କରୁଥିବା ଅଭିଯୋଗ ହୋଇଛି। ଏହି ମାମଲା ଥାନାକୁ ମଧ୍ୟ ଯାଇଥିଲା। ତଥାପି ଅସହାୟ ଅବସ୍ଥାରେ ବାଧ୍ୟହୋଇ ତାଙ୍କ ସହିତ ସଂସାର ଗଢ଼ିଥିଲେ ଅନୁଷ୍କା। ତାଙ୍କର ଏବେ ୪ ବର୍ଷର ପୁଅଟିଏ ରହିଛି।

ତେବେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଅନୁଷ୍କା ଏନେଇ ନିଜ ବାପଘର ଲୋକଙ୍କୁ କହିଥିଲେ। ଗତ ରବିବାର ନିଜ ଭାଇ ମାରକୋଷ ଟପ୍ପୋ ଭଉଣୀ ଅନୁଷ୍କାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଗୋଟି ଗୋଟି କଥା କହିଥିଲେ ଅନୁଷ୍କା। ତା’ପରେ ଅନୁଷ୍କାଙ୍କୁ ଧରି ନିଜ ଘରକୁ ପଳାଇ ଆସିଥିଲେ ମାରକୋଷ ଟପ୍ପୋ। ଆଜି ଅପରାହ୍ନ ପ୍ରାୟ ୩ରୁ ୪ଟା ବେଳେ ପତ୍ନୀଙ୍କୁ ଆଣିବା ପାଇଁ ସତନାମୀ ଶାଶୁ ଘରକୁ ଯାଇଥିଲେ।

Advertisment

ଭିଣୋଇ ସତନାମୀଙ୍କୁ ଦେଖି ତାତି ଯାଇଥିଲେ ମାରକୋଷ। ସେଠାରେ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ଭିଣୋଇ ସତନାମୀଙ୍କୁ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟ

Murder Crime Sundargarh