Advertisment

ଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଜ୍ୱାଇଁ!

ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଗଉରେନମୁଣ୍ଡା ଗାଁର ଡିଲେଶ୍ୱର ତରିଆ ବଲାଙ୍ଗିର ସଦରଥାନା ସରଗଡ଼ ଗ୍ରାମର ଶତ୍ରୁଘ୍ନ ନାଏକଙ୍କ ଝିଅ ସୁକାନ୍ତିକୁ ବିବାହ କରିଥିଲେ। ତାଙ୍କର ଚାରୋଟି ଝିଅ ଅଛନ୍ତି। କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

author-image
Manoranjan Sial
Suicide

Suicide

ଗାଁ ଦାଣ୍ଡରେ ଲୁହା ଚେନ୍‌ରେ ଜ୍ୱାଇଁଙ୍କୁ ବାନ୍ଧି ମାଡ଼ ମାରିଲେ ଶ୍ୱଶୁର! ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଛାଡ଼ି ନଥିଲେ। ଏପରିକି ପାଖରେ ଥିବା ପତ୍ନୀ ମଧ୍ୟ ତାଙ୍କୁ ଉଦ୍ଧାର କରିନଥିଲେ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଜ୍ୱାଇଁ। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରୁ।

Advertisment

ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଗଉରେନମୁଣ୍ଡା ଗାଁର ଡିଲେଶ୍ୱର ତରିଆ ବଲାଙ୍ଗିର ସଦରଥାନା ସରଗଡ଼ ଗ୍ରାମର ଶତ୍ରୁଘ୍ନ ନାଏକଙ୍କ ଝିଅ ସୁକାନ୍ତିକୁ ବିବାହ କରିଥିଲେ। ତାଙ୍କର ଚାରୋଟି ଝିଅ ଅଛନ୍ତି। କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାଫଳରେ ଛୁଆଙ୍କୁ ଧରି ନିଜ ବାପା ଘରକୁ ଚାଲି ଯାଇଥିଲେ ସୁକାନ୍ତି। ଗତ ୨ ତାରିଖରେ ନିଜ ଶ୍ୱଶୁର ଘର ସରଗାଡ଼ ଯାଇଥିଲେ ଡିଲେଶ୍ଵର। ସେଠାରେ ପୁଣି ଠାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗି ଯାଇ ଶ୍ୱଶୁର ଶତ୍ରୁଘ୍ନ ଗାଁର ଅନ୍ୟମାନଙ୍କ ସହାୟତରେ ଜ୍ୱାଇଁକୁ ଲୁହା ଚେନ୍‌ରେ ଗଛରେ ବାନ୍ଧି ଦେଇଥିଲେ। ଡିଲେଶ୍ୱର ଯେତେ କାକୁତି ମିନତି କରିଥିଲେ ମଧ୍ୟ ଛାଡିନଥିଲେ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ପରିବାର ଲୋକ ଯାଇ ଡିଲେଶ୍ଵରଙ୍କୁ ଉଦ୍ଧାର କରିଥିଲେ। ଗାଁକୁ ଫେରିବା ପରେ ବିଷ ପିଇ ଦେଇଥିଲେ ଡିଲେଶ୍ଵର। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଗତ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଯୋଗୁ ଡିଲେଶ୍ଵର ଜୀବନ ହାରିଥିବା ନେଇ ଆଜି ସଦର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime BARAGADA