Advertisment

ରାଜଧାନୀରେ ଝୁଲି ପଡ଼ିଲେ ପଥର ମୂର୍ତ୍ତି କାରିଗର

ବାଲେଶ୍ୱର ଜିଲ୍ଲା ଜଳେଶ୍ଵରପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ମହାରଣା ପେସାରେ ଜଣେ ପଥର ମୂର୍ତ୍ତି କାରିଗର। ସେ ଭୁବନେଶ୍ୱରରେ ରହି ମୂର୍ତ୍ତି କାମ କରନ୍ତି।

Balasore

Balasore

Advertisment

ରାଜଧାନୀ ଭୁବନେଶ୍ୱରରେ ଝୁଲି ପଡ଼ିଲେ ଜଣେ ପଥର ମୂର୍ତ୍ତି କାରିଗର। ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ଵରପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ମହାରଣା ପେସାରେ ଜଣେ ପଥର ମୂର୍ତ୍ତି କାରିଗର। ସେ ଭୁବନେଶ୍ୱରରେ ରହି ମୂର୍ତ୍ତି କାମ କରନ୍ତି। ହେଲେ ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଖାରବେଳନଗର ଥାନା ସାମ୍ନା ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ଯିବା ରାସ୍ତା ପାର୍ଶ୍ଵରେ ଏକ ଗଛରେ ଝୁଲିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଜଣେ ପଥର ମୂର୍ତ୍ତି କାରିଗର ଭୁବନେଶ୍ୱରରେ କ’ଣ ପାଇଁ ଆତ୍ମହତ୍ୟା କଲେ? ହେଲେ ଏହାର କାରଣ ପଡ଼ିନାହିଁ। ତେବେ ଅଭିଯୋଗ ଅନୁସାରେ ଗତ ୬ମାସ ହେଲା ଚିତ୍ତରଞ୍ଜନ ମହାରଣା ଘରକୁ ଯାଉଥିଲେ। ପାରିବାରିକ ଗଣ୍ଡଗୋଳ ପାଇଁ ସେ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେଉନଥିବା ଚର୍ଚ୍ଚା ହେଉଛି।

Advertisment
Bhubaneswar Balasore Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe