Advertisment

ପତ୍ନୀଙ୍କ ମୃତ୍ୟୁ ପରେ କୁନି ପୁଅକୁ ଘରେ ଶୁଆଇ ଝୁଲି ପଡ଼ିଲେ ସ୍ୱାମୀ!

ଜିନେସ କାଣ୍ଡୁଲାନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲାରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖରେ ଆଖି ବୁଜିଥିଲେ ଜିନେସ କାଣ୍ଡୁଲାନା।

author-image
Manoranjan Sial
ଅଦ୍ୟତନ ହୋଇଛି
Sundargarh

Sundargarh

ସାତ ଜନମର ସାଥୀ ହେବେ ବୋଲି ସାତ କଳସ, ଆଠ ଦୀପକୁ ସାକ୍ଷୀ ରଖି ବିବାହ ବେଦୀରେ କଥା ଦେଇଥିଲେ! ବୋଧହୁଏ ସେଇଥିପାଇଁ ସାଥୀଙ୍କ ମୃତ୍ୟୁର ୩ ଦିନ ପରେ ଝିଅକୁ ଘରେ ଶୁଆ ଝୁଲି ପଡ଼ିଲେ ପତି। ଆଉ ପତ୍ନୀଙ୍କ ହାତ ଧରି ଚାଲିଗଲେ ଅଫେରା ପଥରେ! ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି। ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପତି ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି।

Advertisment

କୋଇଡା ବ୍ଲକ୍‌ ଟେନସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳରେ ବାସ କରନ୍ତି ନନ୍ଦଲାଲ ଚାମ୍ପିଆ। ଦେଢ଼ ବର୍ଷ ତଳେ ଜିନେସ କାଣ୍ଡୁଲାନାଙ୍କୁ ସେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ୪ ମାସ ତଳେ ତାଙ୍କର ଏକ ପୁଅ ସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ପରେ ବେଶ୍‌ ହସଖୁସିରେ ଥିଲେ। ନନ୍ଦଲାଲ୍‌ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ପ୍ରବଳ ଶୀତ ଯୋଗୁ ଜାନୁଆରୀ ୨୬ ତାରିଖରେ ଜିନେସ କାଣ୍ଡୁଲାନା ନିଆଁ ପୁଇଁ ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ନନ୍ଦଲାଲ୍‌।

ଜିନେସ କାଣ୍ଡୁଲାନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲାରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖରେ ଆଖି ବୁଜିଥିଲେ ଜିନେସ କାଣ୍ଡୁଲାନା। ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ନନ୍ଦଲାଲ୍‌। କୋଳରେ କୁନି ପୁଅ। କ’ଣ କରିବେ? କ’ଣ ଖାଇବାକୁ ଦେବେ? ଅଭାବୀ ଦୁନିଆରେ କୁନି ପୁଅକୁ ଧରି କେମିତି ଚଳିବେ ନନ୍ଦଲାଲ୍‌? ସେହି ଚିନ୍ତାରେ ସେ ଭାଙ୍ଗି ପଡ଼ିଥିଲେ।

Advertisment

ଆଜି ପୁଅକୁ ଘରେ ଶୁଆଇ ଦେଇଥିଲେ। ସନ୍ଧ୍ୟା ବେଳେ ଘର ପର୍ଶ୍ୱ ଆମ୍ୱ ଗଛରେ ଝୁଲି ପଡ଼ିଥିଲେ! ପୁଅ କାନ୍ଦ ଶୁଣି ସାହି ପଡ଼ିଶା ଧାଇଁ ଆସିଥିଲେ। ସେତେବେଳେ ନନ୍ଦଲାଲ୍‌ ଆମ୍ୱ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ଏନେଇ ମୃତ ନନ୍ଦଲାଲ୍‌ଙ୍କ ଶାଶୁ ଓ ଶ୍ୱଶୂର ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ୩ ମାସର କୁନି ପୁଅ ଏବେ ତା’ ଅଜା ଓ ଆଈଙ୍କ ପାଖରେ ରହିଛନ୍ତି।

ରିପୋର୍ଟ- କୋଇଡ଼ାରୁ ସୁନୀଲ୍‌ କୁମାର ପଣ୍ଡା

Suicide Sundargarh