Advertisment

ସ୍କୁଲରେ ପଶି ପିଟିଲେ, ଲହୁଲୁହାଣ ହେଲେ ଶିକ୍ଷୟିତ୍ରୀ

ସ୍କୁଲ ଗେଟ୍‌ ବାହାରେ ଛିଡ଼ା ହୋଇଥିବା ଜୟନ୍ତଙ୍କ ସ୍ତ୍ରୀ ଓ ପୁଅ ଚପଲରେ ଶିକ୍ଷୟିତ୍ରୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ।

Balasore

Teacher

Advertisment

ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଲେ ଯୁବକ। ଜୀବନ ବିକଳରେ ସ୍କୁଲ ବାହାରକୁ ଦୌଡ଼ି ପଳାଇ ଆସିଲେ ଶିକ୍ଷୟିତ୍ରୀ। ଠିକ୍‌ ସେହି ସମୟରେ ସ୍କୁଲ ବାହାରେ ଛିଡ଼ା ହୋଇଥିବା ଅଭିଯୁକ୍ତ ଯୁବକଙ୍କ ସ୍ତ୍ରୀ ଓ ପୁଅ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରୁ ଆସିଛି। ଯାହାର ଭିଡିଓ ଭାଇରାଲ୍‌ ହେଉଛି।

Advertisment

ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଛନ୍ତି ଅଞ୍ଜଳି ମହାନ୍ତି। ସୋମବାର ଅପରାହ୍ନରେ ସେ ଶ୍ରେଣୀଗୃହରେ ବସି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଠିକ୍‌ ସେହି ସମୟରେ ଟିକିରାପଡ଼ା ଗାଁର ଜୟନ୍ତ ମହାନ୍ତି ସ୍କୁଲ କ୍ୟାମ୍ପସରେ ପଶି ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ତାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟ ବାହାରକୁ ଦୌଡି ପଳାଇ ଆସିଥିଲେ।

ସ୍କୁଲ ଗେଟ୍‌ ବାହାରେ ଛିଡ଼ା ହୋଇଥିବା ଜୟନ୍ତଙ୍କ ସ୍ତ୍ରୀ ଓ ପୁଅ ଚପଲରେ ଶିକ୍ଷୟିତ୍ରୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ। ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପାଟି କରିବାରୁ ସେମାନେ ଚମ୍ପଟ ମାରିଥିଲେ। ଶିକ୍ଷୟିତ୍ରୀଙ୍କୁ ଆକ୍ରମଣର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

Advertisment

ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ଆଜି ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe