Accused
ନାବାଳିକା ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରି ଯୁବକ ଗିରଫ। ବିଜୟଓ୍ଵାଡାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଘଟଣାଟି ପାରାଦୀପ ଲକ୍ ଥାନା ଅଞ୍ଚଳର।
ଘଟଣା ସମ୍ପର୍କରେ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦେଖାଇଥିଲା ତତ୍ପରତା।
ସୂଚନା ଅନୁସାରେ ଲକ୍ ଥାନା ଅଞ୍ଚଳର ଏହି ନାବାଳିକାଙ୍କର କେନ୍ଦ୍ରାପଡ଼ା ଗରାପୁର ଗ୍ରାମର କାର୍ତ୍ତିକ ଜେନା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କାର୍ତ୍ତିକ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ରଖିଥିଲେ। ତେବେ ନାବାଳିକାଙ୍କର ଅନ୍ୟ ଜଣେ ଯୁବକକ ସହ ସମ୍ପର୍କରେ ଥିବା ସନ୍ଦେହ କରି କିଛି ଦିନ ତଳେ କାର୍ତ୍ତିକ ସେହି ଅଶ୍ଲୀଳ ଭିଡିଓ ଓ ଫଟୋଗୁଡ଼ିକୁ ଭାଇରାଲ କରି ଦେଇଥିଲେ। ଏ ନେଇ ନାବାଳିକା ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ବିଜୟଓ୍ଵାଡାରୁ ଅଭିଯୁକ୍ତକୁ ଗିରଫ କରିଛି ପାରାଦୀପ ଲକ୍ ଥାନା ପୁଲିସ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accused_1755000228.jpg)