Advertisment

ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ କରି ଜେଲ୍‌ ଗଲେ ପ୍ରେମିକ!

ଗଣେଶଙ୍କ ବାରମ୍ୱାର ପ୍ରେମ ନିବେଦନ କରିବାରୁ ଶେଷରେ ପ୍ରେମରେ ପଡ଼ିଥିଲେ ପଦ୍ମା! ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ତା’ପରେ ଗଣେଶଙ୍କ ପାଦ ତଳେ ନିଜକୁ ସମର୍ପି ଦେଇଥିଲେ ପଦ୍ମା।

author-image
Biswajit Samal
ଅଦ୍ୟତନ ହୋଇଛି
Nayagarh

Nayagarh

ପ୍ରଥମେ ପ୍ରପୋଜ ମାରିଲେ। ତା’ପରେ ପ୍ରେମ ନିବେଦନ କରି ଭଲ ପାଇଲେ। ହେଲେ ବାହା ହେବା ପାଇଁ ପ୍ରେମିକାଙ୍କ ପରିବାର ଲୋକେ ରାଜି ହେଲେନି ବୋଲି ଭାଇରାଲ୍‌ କରିଦେଲେ। ମାମଲା ଥାନାକୁ ଗଲା ପରେ ଗିରଫ ହୋଇ ଜେଲ୍‌ ଗଲେ ପ୍ରେମିକ ପ୍ରବର। ଏପରି ଅଭିଯୋଗ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରୁ ଆସିଛି।  

Advertisment

ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ଏକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ନ୍ତି ନାବାଳିକା ପଦ୍ମା(ଛଦ୍ମନାମ)। ପ୍ରତି ଦିନ ସେ କଲେଜ ଯିବା ଆସିବା କରନ୍ତି। ସେହି ସମୟରେ ତାଙ୍କୁ ଲାଇନ୍‌ ମାରୁଥିଲେ କଇଁମ ଗାଁର ଗଣେଶ ସେଠୀ! ପରବର୍ତ୍ତୀ ସମୟରେ ତାଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା। ମୌନେ ସମ୍ମତି ଲକ୍ଷଣ ପରି ସବୁ ଜାଣି ଚୁପ୍‌ ରହୁଥିଲେ ପଦ୍ମା।

ଗଣେଶଙ୍କ ବାରମ୍ୱାର ପ୍ରେମ ନିବେଦନ କରିବାରୁ ଶେଷରେ ପ୍ରେମରେ ପଡ଼ିଥିଲେ ପଦ୍ମା! ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ତା’ପରେ ଗଣେଶଙ୍କ ପାଦ ତଳେ ନିଜକୁ ସମର୍ପି ଦେଇଥିଲେ ପଦ୍ମା। ସେ ପ୍ରତିଦିନ କଲେଜ ଆସୁଥିଲେ, ହେଲେ ଗଣେଶଙ୍କ ସହିତ ସମୟ ବିତାଉ ଥିଲେ। ହେଲେ ଗଣେଶ ଥିଲା ଭାରି ଚତୁର। ପ୍ରେମ ସିନା କରୁଥିଲେ, ହେଲେ ପଦ୍ମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ କଏଦ କରି ରଖୁଥିଲା। ଏହାରି ଭିତରେ ବିତିଗଲା ଅନେକ ଦିନ।

Advertisment

ପଦ୍ମାଙ୍କ ବିବାହ ପାଇଁ ପରିବାର ଲୋକେ ପାତ୍ର ଖୋଜିବାରେ ଲାଗି ପଡ଼ିଲେ। ଏକଥା ଜାଣିବା ପରେ ଗଣେଶ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପଦ୍ମାଙ୍କ ପରିବାର ଲୋକେ ଗଣେଶଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ସେପଟେ ପରିବାର ଲୋକଙ୍କ ପରାମର୍ଶରେ ଗଣେଶଙ୍କଠାରୁ ପଦ୍ମା ଦୂରେଇ ଯାଇଥିଲେ। ହେଲେ ଏହାକୁ ଗ୍ରହଣ କରିପାରିନଥିଲେ ଗଣେଶ। ଆଉ ତା’ପରେ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ ଗଣେଶ। ଫୋନ୍‌ କରି ବାରମ୍ୱାର ଧମକ ଦେଉଥିଲେ। ଏପରିକି ପଦ୍ମାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। 

ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ଗଣେଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।  

ରିପୋର୍ଟ- ଦଶପଲ୍ଲାରୁ ସଂଜୀବ ସାହୁ

Minor Raped Nayagarh