Advertisment

୫ ଲକ୍ଷ ଦେଇ କିଣିଥିଲେ ସୁନାଶଙ୍ଖ; ହେଲେ ବିକିଲା ବେଳେ ଜାଣିଲେ...

ମାମୁ ଘରୁ ଯିବାର କିଛି ଦିନ ପରେ ଶୁକଦାସଙ୍କ ପାଖକୁ ଫୋନ୍‌ କରିଥିଲେ ମନ ବିଷୋୟୀ ଓ ତାଙ୍କ ଚାରି ସାଙ୍ଗ। ଆଉ କହିଥିଲେ, ସେମାନଙ୍କ ପାଖରେ ସୁନାଶଙ୍ଖ ରହିଛି। ସେହି ସୁନାଶଙ୍ଖକୁ କମ୍‌ ଦାମରେ କିଣି ଅଧିକରେ ବିକି ବେଶ ଲାଭବାନ ହେଉଥିବା ଶୁକଦାସଙ୍କୁ କହିଥିଲେ।

Crime

Crime

Advertisment

୫ ଲକ୍ଷ ଟଙ୍କା ଦେଇ କିଣିଥିଲେ ସୁନାଶଙ୍ଖ। ହେଲେ ବିକିଲା ବେଳେ ଜାଣିଲେ .....। ଏହା ପରେ ମାମଲା ଥାନାରେ ପହଞ୍ଚିଥିଲା। ନବରଙ୍ଗପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ ଜିଲ୍ଲା ଗରଦାବିଲି ଥାନା ବଣ୍ଡଇଲ୍ଲୀ ଗାଁର ଶୁକଦାସ ଗଙ୍ଗା ସାଗର। ସେ ତାଙ୍କ ମାମୁ ଘର ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ବାସିନୀ ଗାଁକୁ ଆସିଥିଲେ। ମାମୁ ଘରକୁ ଆସିଥିବାରୁ ଶୁକଦାସ ଗାଁର ମନ ବିଷୋୟୀ, ଶଙ୍କର ବିଷୋୟୀ, ଜଗନ୍ନାଥ ହରିଜନ, ପବିତ୍ର ହରିଜନ ଓ ସୁରେନ୍ଦ୍ର ମିର୍ଗାନଙ୍କୁ ସାକ୍ଷାତ କରିଥିଲେ। ତା’ପରେ ସେ ଘରକୁ ଫେରି ଯାଇଥିଲେ।

ମାମୁ ଘରୁ ଯିବାର କିଛି ଦିନ ପରେ ଶୁକଦାସଙ୍କ ପାଖକୁ ଫୋନ୍‌ କରିଥିଲେ ମନ ବିଷୋୟୀ ଓ ତାଙ୍କ ଚାରି ସାଙ୍ଗ। ଆଉ କହିଥିଲେ, ସେମାନଙ୍କ ପାଖରେ ସୁନାଶଙ୍ଖ ରହିଛି। ସେହି ସୁନାଶଙ୍ଖକୁ କମ୍‌ ଦାମରେ କିଣି ଅଧିକରେ ବିକି ବେଶ ଲାଭବାନ ହେଉଥିବା ଶୁକଦାସଙ୍କୁ କହିଥିଲେ। ଶୁକଦାସ ସେମାନଙ୍କ ପ୍ରଲୋଭନରେ ପଡ଼ି ଯାଇଥିଲେ। ପରବର୍ତ୍ତୀ ସମୟରେ ଶୁକଦାସ ୫ ଲକ୍ଷ ଟଙ୍କା ଦେଇ ମନ ବିଷୋୟୀ ଓ ତା’ ୪ ସାଙ୍ଗଙ୍କଠାରୁ ସୁନାଶଙ୍ଖ କିଣି ନିଜ ଗ୍ରାମ ଆନ୍ଧ୍ରପ୍ରଦେଶକୁ ନେଇଯାଇଥିଲେ।

Advertisment

ମାମୁ ଘର ଗାଁରୁ ନେଇଥିବା ସୁନାଶଙ୍ଖକୁ ଆନ୍ଧ୍ରରେ ବିକିବା ପାଇଁ ଯାଇଥିଲେ ଶୁକଦାସ। ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସୁନାଶଙ୍ଖଟି ନକଲି। ଏହା ଜାଣିବା ପରେ ଶୁକଦାସଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ଏନେଇ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲାକୁ ଗୁରୁତର ସହ ନେଇଥିଲେ ନବରଙ୍ଗପୁର ଜିଲ୍ଲା ଏସ୍‌ପି ଏସ୍‌.ସୁଶ୍ରୀ। ତାଙ୍କ ନିର୍ଦ୍ଦେଶରେ ପାପଡାହାଣ୍ଡି SDPO ଆଦିତ୍ୟ କୁମାର ସେନ ଓ ପାପଡାହାଣ୍ଡି IIC ଦୀପକ କୁମାର ଜେନାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ପୁଲିସ ପ୍ରଥମେ ବାନାସୀ ଗାଁକୁ ଯାଇ ମନ ବିଷୋୟୀଙ୍କୁ ପ୍ରଥମେ ଜେରା କରିଥିଲା। ଘନଘନ ପଚରାଉଚରା ପରେ ତାକୁ ପୁଲିସ୍‌ ଗିରଫ କରିଥିଲା। ଏଥିସହ ତା’ଠାରୁ ପୁଲିସ ୮୧ ହଜାର ଟଙ୍କା ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟ ୪ ଜଣ ଫେରାର୍‌ ଥିବା ଏସ୍‌ଡିପିଓ କହିଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ଖୁବ୍‌ ଶୀଘ୍ର ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଆଦିତ୍ୟ ସେନ୍ କହିଛନ୍ତି।

ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe