Advertisment

ପାରିବାରିକ କଳହର କରୁଣ ପରିଣତି, ଗୋଟିଏ ପରିବାରର ୫ ଜଣଙ୍କୁ ଛୁରାମାଡ

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନୃସିଂହ ମହାନ୍ତି ଓରଫ ପୋଡା ସୋନୁ ଫେରାର ହୋଇଯାଇଛି।

Attack

Attack

Advertisment

ପାରିବାରିକ କଳହର କରୁଣ ପରିଣତି। ଛୁରାମାଡ଼ରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। । ପୁରୀ ଉପର ମାଳିସାହି ତାତାମ୍ବରୀ ଗାଁରେ ଏହି ଘଟଣା ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନୃସିଂହ ମହାନ୍ତି ଓରଫ ପୋଡା ସୋନୁ ଫେରାର ହୋଇଯାଇଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ ନୃସିଂହଙ୍କ ସ୍ତ୍ରୀ ନନ୍ଦିନୀ ମହାନ୍ତି, ତାଙ୍କ ଶାଶୁ ଦେଢ଼ଶାଶୁ ଓ ଶଢ଼ୁ।

ନୃସିଂହ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ନୃସିଂହ ସବୁବେଳେ ନିଜ ସ୍ତ୍ରୀକୁ ବିଭିନ୍ନ ସମୟରେ ମାରପିଟ୍ କରନ୍ତି। ଏହାକୁ ସହି ନ ପାରି ନୃସିଂହଙ୍କ ସ୍ତ୍ରୀ ନିଜ ବାପ ଘରେ ଆସି ରହୁଥିଲେ। ଗତକାଲି ନନ୍ଦିନୀଙ୍କ ବାପ ଘର ଲୋକେ ଘଟଣାର ବୁଝାସୁଝା କରିବା ଲାଗି ନୃସିଂହଙ୍କ ଘରକୁ ଆସିଥିଲେ। ସେଠାରେ ଆଲୋଚନା ସମୟର ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏହି କଳହ ଉଗ୍ର ରୂପ ନେଇଥିଲା। ନୃସିଂହ ଉତକ୍ଷିପ୍ତ ହୋଇ ଘରୁ ଏକ ଛୁରୀ ଆଣି ନନ୍ଦିନୀ ପୁତୁରା ସୌମ୍ୟ ରଞ୍ଜନ, ଶାଶୁ ଦେଢ଼ଶାଶୁ ଓ ଶଢ଼ୁ ଓ ନନ୍ଦିନୀଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ନୃସିଂହ ସେଠାରୁ ଚମ୍ପଟ ମାରିଥିଲେ।

Advertisment

ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସୌମ୍ୟ ରଞ୍ଜନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ସଢ଼ୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କୁମ୍ଭାରପଡା ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

ନୃସିଂହଙ୍କ ସ୍ତ୍ରୀ କହିଛନ୍ତି, ମୋତେ ସବୁବେଳେ ମାରପିଟ କରନ୍ତି। ଏନେଇ ୪ବର୍ଷ ହେଲା କୋର୍ଟରେ କେସ ଚାଲିଛି।

Muder Case Puri Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe