Advertisment

ହଠାତ୍‌ ଖରାପ ହେଲା ବାଇକ୍‌, ଯୁବକ ଅଟକିବାରୁ ହେଲା ଆକ୍ରମଣ

ରାତିରେ ହଠାତ୍‌ ରାସ୍ତା ଉପରେ ବନ୍ଦ ହୋଇଗଲା ବାଇକ୍‌। ଉକ୍ତ ସମୟରେ ଯୁବକଜଣକ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ହଠାତ୍‌ ତାଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ।

Attack

Attack

Advertisment

ରାତିରେ ହଠାତ୍‌ ରାସ୍ତା ଉପରେ ବନ୍ଦ ହୋଇଗଲା ବାଇକ୍‌। ଉକ୍ତ ସମୟରେ ଯୁବକଜଣକ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ହଠାତ୍‌ ତାଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ। ଯୁବକଜଣକ କିଛି ବୁଝିବା ପୂର୍ବରୁ ତାଙ୍କୁ ଦୁର୍ବୃତ୍ତମାନେ ହାଣିବା ସହ ତାଙ୍କ ଉପରକୁ କାଚ ବୋତଲ ବି ଫୋପାଡ଼ିଥିଲେ। କେବଳ ସେତିକି ନୁହେଁ, ତାଙ୍କ ବାଇକ୍‌ ବି ନେଇ ଫେରାର ହୋଇଗଲେ।

Advertisment

ଏପରି ଏକ ଅଭାବନୀୟ ଘଟଣା ଅନୁଗୋଳ ଥାନା ଅନ୍ତର୍ଗତ ଶିକ୍ଷକପଡ଼ା ନିକଟରେ ଗତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ହେଲେ ବାଦଲ ମୁଦୁଲି ।

ବାଦଲ ଗତ ରାତି ପ୍ରାୟ ୧୦ଟା ବେଳେ କାମ ସାରି ଘରକୁ ଫେରୁଥିଲେ। ମାତ୍ର ହଠାତ୍‌ ରାସ୍ତା ମଝିରେ ତାଙ୍କ ଗାଡ଼ି ଅଟକିଗଲା। ଉକ୍ତ ସମୟରେ ସେ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ କିଛି ଯୁବକ ତାଙ୍କ ଆଡ଼କୁ ମାଡ଼ି ଆସିଲେ। ସେମାନେ ତାଙ୍କୁ ପ୍ରବଳ ପିଟିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ତାଙ୍କ ବାଇକକୁ ଆକ୍ରମଣକାରୀ ଯୁବକ ନେଇ ସେଠାରୁ ପଳାଇଯାଇଥିଲେ ।

Advertisment

ଉକ୍ତ ସ୍ଥାନରେ କିଛି ସମୟ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ କଥା ହାତାହାତି ଯାଏ ପହଞ୍ଚିଥିଲା। ଏହାପରେ ବାଦଲ ସେଠାରେ ପହଞ୍ଚିଥିବା ବେଳେ ତାଙ୍କୁ ବିପକ୍ଷ ଗୋଷ୍ଠୀର ଭାବି ଆକ୍ରମଣ କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଖବର ପାଇ ସ୍ଥାନୀୟ ଲୋକେ ଆହତ ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ସେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe