Advertisment

ଘରୁ ଡାକିନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପରିବାର ଳୋକେ ଦିନେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

author-image
Tapaswini Nayak
Murder

Murder

ଘରୁ ଡାକିନେଇ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ। ମୃତ ଯୁବକ ଜଣଙ୍କ ହେଲେ ହାତଗୋଡିଆ ସାହିର ଦିନେଶ କୁମାର ଖୁଣ୍ଟିଆ।

Advertisment

ଦିନେଶଙ୍କ ସମ୍ପକୀୟଙ୍କ ଅଭିଯୋଗ ଅନୁଯାୟୀ, ଦିନେଶ ଘରେ ଥିଲା ବେଳେ ୫ଜଣ ଯୁବକ ତାଙ୍କୁ ବାହାରକୁ ଆସିବାକୁ କହିଥିଲେ। ପରେ ସମ୍ପୃକ ଯୁବକ ମାନେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦିନେଶ ରାସ୍ତା ଉପରେ ରକ୍ତ ଜୁଡ଼ୁବଡୁ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଳୋକେ ଦିନେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି।

Advertisment
Odisha Police Murder