Advertisment

ଭଉଣୀଙ୍କୁ ରକ୍ଷା କରିବାକୁ ଯାଇ ଥିଲେ, ଭିଣୋଇର ଆକ୍ରମଣରେ ଲହୁଲୁହାଣ ହେଲେ ଭାଇ

ଆହତ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି।

Odisha

Odisha

Advertisment

ଭଉଣୀକୁ ରକ୍ଷା କରିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଭାଇ। ଭିଣୋଇଙ୍କ ଭୟଙ୍କର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଶାଳକ। ପୀଡ଼ିତଙ୍କ ଭଉଣୀଙ୍କୁ ଆକ୍ରମଣକାରୀ ଜଣଙ୍କ ବିବାହ କରିଥିଲେ। କିନ୍ତୁ ସେ ତାଙ୍କୁ ସବୁବେଳେ ପିଟୁଥିଲେ।

Advertisment

ଏହାକୁ ଭାଇ ହିସାବରେ ବିରୋଧ କରି ହଣା ଖାଇଛନ୍ତି ଯୁବକ। ଖାଲି ସେତିକି ନୁହେଁ, ଯୁବକଙ୍କ ବନ୍ଧୁ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ପୂରା ଘଟଣା ଭଦ୍ରକ ପୁରୁଣାବଜାର ଥାନା ଅଧୀନ ହଳଦିଡିହ ଛକ ନିକଟରେ ଘଟିଛି।

ହଳଦିଡିହ ଅଞ୍ଚଳର ବାବୁ ଖାନଙ୍କ ଭଉଣୀ ମିର୍ଜାପୁରରେ ବିବାହ କରିଥିଲେ। କୌଣସି କାରଣରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏ ବିଷୟରେ ବାବୁ ଖାନଙ୍କୁ ତାଙ୍କ ଭଉଣୀ ଜଣାଇଥିଲେ। ବାବୁ ଖାନ ଭାଇ ହିସାବରେ ତାଙ୍କର ଜଣେ ସାଙ୍ଗଙ୍କୁ ଧରି ଭଉଣୀର ଶାଶୁ ଘରେ ପହଞ୍ଚିଥିଲେ। ଝଗଡ଼ା ସମାଧାନ କରିବାକୁ ସେ ଚେଷ୍ଟା କରିଥିଲେ ଓ ଭିଣୋଇଙ୍କୁ ଆକଟ କରିଥିଲେ।

Advertisment

ହେଲେ ଭିଣୋଇ ଶେଖ ରାଜେଶ କିଛି ବୁଝି ନଥିଲେ। ସେ ବାବୁ ଖାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ହାତାହାତି ସ୍ଥିତିକୁ ଯାଇଥିଲା। ଶେଷରେ ରାଜେଶ ଗୋଟିଏ ଧାରୁଆ ଅସ୍ତ୍ରରେ ବାବୁ ଓ ତାଙ୍କ ସାଙ୍ଗ ଶେକ ମିରାଜଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Odisha Crime Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe