Advertisment

ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବକ!

ପ୍ରେମ ପାଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଇଛି। କିନ୍ତୁ ସେ କାହାକୁ ପ୍ରେମ କରୁଥିଲେ? ହଠାତ ପ୍ରେମରେ ଏମିତି କ’ଣ ହେଲା ଯେ ସଚିତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ, ସେକଥା ଜଣାପଡ଼ିନି।

author-image
Hemant Lenka
BBSR

BBSR

ହସୁ ଥିଲେ। ରିଲ୍ସ କରୁଥିଲେ। ଆଜି ସକାଳ ଯାଏ ସାଙ୍ଗମାନଙ୍କ ସହ କଥା ବି ହେଉଥିଲେ। କିନ୍ତୁ ହଠାତ୍‌ ଦିନ ୧୦ଟା ପରେ ଖବର ଆସିଲା ଯେ ସଚିତ୍ର ବାରିକ ଆଉ ନାହାନ୍ତି। ସେ ରହୁଥିବା ମେସ୍‌ ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

Advertisment

ପ୍ରେମ ପାଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଇଛି। କିନ୍ତୁ ସେ କାହାକୁ ପ୍ରେମ କରୁଥିଲେ? ହଠାତ ପ୍ରେମରେ ଏମିତି କ’ଣ ହେଲା ଯେ ସଚିତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ, ସେକଥା ଜଣାପଡ଼ିନି। ଏ ସମ୍ପର୍କରେ ଏବେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ଭୁବନେଶ୍ୱର ଜିଜିପି କଲୋନୀରେ ମେସ୍‌ କରି ରହୁଥିବା ୨୪ ବର୍ଷୀୟ ଯୁବକ ହେଲେ ସଚିତ୍ର ବାରିକ। ସେ ରାଜଧାନୀର ଗୋଟିଏ ଶପିଂ ମଲରେ କାମ କରୁଥିଲେ। ତାଙ୍କ ଘର ବାଲିପାଟଣା ଅଞ୍ଚଳରେ। ଭୁବନେଶ୍ୱର ରହଣୀ ଭିତରେ ସଚିତ୍ର ପ୍ରେମରେ ମଧ୍ୟ ପଡ଼ିଥିଲେ।

Advertisment

ବେଶ ହସଖୁସିରେ ରହୁଥିବା ସଚିତ୍ର ସାଙ୍ଗମାନଙ୍କ ସହ ମିଶି ରିଲ୍ସ କରନ୍ତି। ତାଙ୍କର ଏକାଧିକ ରିଲ୍ସ ମଧ୍ୟ ସାମ୍ନାକୁ ଆସିଛି। ସବୁବେଳେ ସମସ୍ତଙ୍କୁ ହସାଉଥିବା ସଚିତ୍ର ଆଜି କିନ୍ତୁ ସମସ୍ତଙ୍କୁ କନ୍ଦେଇ ଚାଲି ଯାଇଛନ୍ତି। ଆଜି ମେସ୍‌ର ଗୋଟିଏ ରୁମ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି।

ଆତ୍ମହତ୍ୟା କରିବା ପୂର୍ବରୁ ସେ ପୂରା ଠିକ ଥିଲେ। ସାଙ୍ଗମାନଙ୍କୁ ଫୋନ କରି କଥା ହୋଇଥିଲେ। ଗତକାଲି ମଧ୍ୟ ସେ ସ୍ୱାଭାବିକ ଢଙ୍ଗରେ ଘରକୁ ଫୋନ କରି ବେଶ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଆଜି ଦିନ ୧୦ଟା ଯାଏ ସଚିତ୍ରଙ୍କ ହାବଭାବରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖାଯାଇ ନଥିବା ତାଙ୍କ ସାଙ୍ଗମାନେ କହିଛନ୍ତି।

ସବୁ କିଛି ଠିକ ଠାକ ଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍‌ ପାଖରେ ସଚିତ୍ରଙ୍କ ମୃତ୍ୟୁ ସମ୍ପର୍କରେ ଖବର ମିଳିଥିଲା। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ ଜଣେ ବ୍ୟକ୍ତି। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ସଚିତ୍ରଙ୍କ ମୃତ୍ୟୁ ହୋଇ ସାରିଥିଲା। 

ଘଟଣା ପଛରେ ପ୍ରେମ ଜନିତ ବ୍ୟାପାର ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସଚିତ୍ର ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ଖୋଜି ବାହାର କରିବାକୁ ପରିବାର ଲୋକ ଦାବି କରିଛନ୍ତି।

ପୁଲିସ୍‌ ସଚିତ୍ରଙ୍କ ରୁମରୁ ତାଙ୍କ ଲ୍ୟାପଟପ ଓ ମୋବାଇଲ ଫୋନ ଜବତ କରିଛି। ସେହିପରି ପରେନ୍ସିକ ଟିମ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି। ମୋବାଇଲର ଶେଷ କଲ ଓ ମେସେଜକୁ ପୁଲିସ୍‌ ଯାଞ୍ଚ କରୁଛି। ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ୍‌ କହିଛି। କିନ୍ତୁ ସଚିତ୍ର ମାତ୍ର ୨୪ ବର୍ଷ ବୟସରେ କାହିଁକି ଆତ୍ମହତ୍ୟା କଲେ ଓ ଏହା ପଛରେ କିଛି ପ୍ରେମ ଜନିତ ବ୍ୟାପାର ଅଛି କି ନାହିଁ, ତା’ର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

Odisha Bhubaneswar Suicide