Advertisment

ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର

ପୁଲିସ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଛି  ଓ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
puri

puri

Advertisment

ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ। ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା (୨୬)। ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। 

Advertisment

ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ଶ୍ରମିକଭାବେ କାମ କରି ପରିବାର ପୋଷଣ କରୁଥିଲେ। ଶିବଙ୍କ ଦାଦା ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ।

ଗତକାଲି ରାତିରେ ଶଙ୍କର ଆସି ଶିବ ପେଟରେ ଛୁରୀ ଭୁଷି ଦେଇଥିଲା। ଶିବ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ। ପରେ ଶଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲେ। ଶିବଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଏହି ନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।  ପୁଲିସ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଛି  ଓ ଘଟଣାର ତଦନ୍ତ କରୁଛି। 

Puri Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe