Advertisment

ନକ୍ସଲଙ୍କ ପ୍ରେସର୍ ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ବିସ୍ଫୋରଣରେ ଗୁଡ୍ଡୁଙ୍କୁ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।

author-image
Tapaswini Nayak
Naxal

Naxal

ନକ୍ସଲଙ୍କ ପ୍ରେସର୍ ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଆଘାତ ଲାଗିଛି। ଏପରି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ଆହତ ଯୁବକ ଜଣଙ୍କ ହେଲେ କାଚିଲବାର ଗାଁର ଗୁଡ୍ଡୁ ଲେକାମ।

Advertisment

ଗତ ୧୧ ତାରିଖରେ ଗୁଡ୍ଡୁ ଲେକାମ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଯାଉଥିଲେ। ସେହି ରାସ୍ତାରେ ଆଗରୁ ପ୍ରେସର୍ ବୋମା ଖଞ୍ଜିଥିଲେ ନକ୍ସଲମାନେ। ଗୁଡ୍ଡୁ ଯିବାବେଳେ  ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଗୁଡ୍ଡୁଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଅନେକ ସମୟ ଧରି ସେଠାରେ ପଡ଼ି ରହିଥିଲେ ଗୁଡ୍ଡୁ। ଏହା ଜାଣିବା ପରେ ନକ୍ସଲମାନେ ତାଙ୍କୁ ଉଦ୍ଧାର କରି ନିଜ କବଜାକୁ ନେଇଥିଲେ। ଏହାସହ ଗୁଡ୍ଡୁଙ୍କ ଚିକିତ୍ସା କରିଥିଲେ। କିନ୍ତୁ ୧୭ ଦିନ ପରେ ମଧ୍ୟ ଗୁଡ୍ଡୁ ଭଲ ନ ହେବାରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ନକ୍ସଲ।

ପୁଅକୁ ଫେରି ପାଇ ପରିବାର ଲୋକେ ଖୁସି ହୋଇଛନ୍ତି। ଗୁଡ୍ଡୁଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment
Malkangiri Naxal