Advertisment

ଗତକାଲିଠୁ ନିଖୋଜ ଥିଲେ ଯୁବକ; ଆଜି ସକାଳେ ଗାତରୁ ମିଳିଲା ମୃତଦେହ

ଜଳନ୍ଧରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
undefined

DeadBody

Advertisment

ଗତକାଲିଠୁ ନିଖୋଜ ଥିଲେ। ପାଣି ଭର୍ତ୍ତି ଗାତରୁ ମିଳିଲା ଯୁବକଙ୍କ ମୃତଦେହ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କୀ ଗାଁର ସ୍କୁଲ ନିକଟରେ ଥିବା ଗାତରୁ ମୃତଦେହ ଠାବ କରାଯାଇଛି। ମୃତ ବ୍ୟକ୍ତି ଜଣକ ବଡ଼ବାଙ୍କୀ ଗାଁର ଜଳନ୍ଧର ମାଝୀ।

Advertisment

ଗତକାଲି ଜଳନ୍ଧର ଘରୁ ବାହାରକୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ବଡ଼ବାଙ୍କୀ ଗାଁର ସ୍କୁଲ ନିକଟରେ ଥିବା ପାଣି ଭର୍ତ୍ତି ଗାତରୁ ଜଳନ୍ଧରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ତୁରେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।ଜଳନ୍ଧରଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ।   ଜଳନ୍ଧରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Deadbody Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe