Advertisment

ଦଶହରାରେ ଗାଁକୁ ଆସିଥିଲେ; ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଶାନ୍ତନୁଙ୍କୁ କିଏ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ତାଙ୍କ ବାପା  ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

DeadBody

ବାହାର ରାଜ୍ୟରେ କାମ କରୁଥିଲା ପୁଅ। ଦଶହରାରେ ଗାଁକୁ ଆସିଥିଲା। ଘରକୁ ଆସିବାର ୨଼ଦିନ ହୋଇନି ନାହିଁ, ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ। ପୁଅକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ଥାନା ଗୋବିନ୍ଦପୁର ପଞ୍ଚାୟତର ଜଗନ୍ନାଥପୁର ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ଶାନ୍ତନୁ ପ୍ରଧାନ।

Advertisment

ଶାନ୍ତନୁ ହାଇଦ୍ରାବାଦରେ କାମ କରୁଥିଲେ। ଦଶହରା ପାଇଁ ଗତ ୧୭ ତାରିଖରେ ଗାଁକୁ ଆସିଥିଲେ। ଆଜି ସକାଳେ ଶାନ୍ତୁନଙ୍କ ମୃତଦେହ ଗାଁ ପୋଖାରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।  ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଅନ୍ୟ ପକ୍ଷରେ ଶାନ୍ତନୁଙ୍କୁ କିଏ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ତାଙ୍କ ବାପା  ଅଭିଯୋଗ କରିଛନ୍ତି। ଦୋଷୀକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି କହିଛନ୍ତି। ଟାଙ୍ଗୀ ପୁଲିସ ଘଟଣାର ତଦନ୍ତ କରୁଛି।  

Advertisment
Cuttack Deadbody