Advertisment

ଟ୍ରାକ୍‌ରେ ପଡ଼ିଛି ଯୁବକଙ୍କ ମୃତଦେହ;ବିଲରେ ପଡ଼ିଛି ରକ୍ତ

ଟ୍ରାକ୍ ନିକଟରେ ଥିବା ଧାନ ବିଲରେ ରକ୍ତ ପଡ଼ିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
DeadBody

DeadBody

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ମିଳିଛି। ଟ୍ରାକ୍ ନିକଟରେ ଥିବା ଧାନ ବିଲରେ ରକ୍ତ ପଡ଼ିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

Advertisment

ଯୁବକ ଜଣଙ୍କର ଯଦି ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି, ତାହାହେଲେ ନିକଟରେ ଥିବା ବିଲରେ ରକ୍ତ କେଉଁଠି ଆସିଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବ ସନ୍ଦେହ କରାଯାଉଛି।

ଜିଆରପି ଘଟଣା ତଦନ୍ତ କରୁଛି। ତେବେ ଯୁବକ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଥିଲା ତାହା ଜଣାପଡ଼ି ନାହିଁ।

Advertisment
Murder Bolangiri