Advertisment

ପ୍ରାଣୀ ଚିକିତ୍ସାଳୟ କ୍ୱାର୍ଟର୍ସରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଟୁଟୁଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ

DeadBody

DeadBody

Advertisment

କଟକ ଜିଲ୍ଲା ଟାଙ୍ଗୀ ସରକାରୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ୍ କ୍ୱାର୍ଟର୍ସରୁ ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଅଡ଼ସପୁର ଥାନା ଉତ୍ତାରଣ ଗ୍ରାମର ଟିଟୁ ପାତ୍ର। ସେ ପ୍ରାଣୀ ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଆଜକୁ ୬ବର୍ଷ ଧରି କାମ କରିଆସୁଥିଲେ।

Advertisment

ଟିଟୁ ପ୍ରତିଦିନ ସକାଳୁ ଅଫିସ୍ ଖୋଲିଥାନ୍ତି। ହେଲେ ଗତକାଲି ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଫିସ ଖୋଲି ନଥିଲେ। ଏଥିପାଇଁ ସହକର୍ମୀ ଯାଇ ଟୁଟଙ୍କ କବାଟ ବାଡ଼େଇ ଥିଲେ। ହେଲେ ଟୁଟୁ କବାଟ ଖୋଲି ନଥିଲେ। ଏନେଇ ଟୁଟୁଙ୍କ ସହକର୍ମୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଟୁଟୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।

ଟୁଟୁଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Cuttack Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe