/odisha-reporter/media/post_attachments/uploadimage/library/16_9/16_9_0/IMAGE_1702186213.jpg)
police station
ଯୁବକଙ୍କ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟଛି ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଶାସନର। ମୃତ ଯୁବକ ଜଣଙ୍କ ନିଲୁ ବିଷୋୟୀ(୩୫) ବର୍ଷ।
Advertisment
ଗତକାଲି ନିଲୁ ବାହାରକୁ ଯାଇ କୌଣସି କାମରେ ଯାଇଥିଲେ। ରାତିରେ ଘରକୁ ଆଉ ଫେରିନଥିଲେ।ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ନିଲୁଙ୍କ ମୃତଦେହ ଚୂନ ନାଳ ନିକଟରୁ ମିଳିଥିଲା। ନିଲୁଙ୍କ ବେକର କ୍ଷତ ଚିହ୍ନ ରହିଛି।
ନିଲୁଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମୃତ ନିଲୁଙ୍କର ସ୍ତ୍ରୀ ,ପୁଅ ଓ ଦୁଇ ଝିଅ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
