Advertisment

ଦିନ ଦି’ପହରରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ

ଦୁର୍ବୃତ୍ତମାନେ ଛୁରାରେ କୁନାଙ୍କ ପିଠିକୁ ଭୁସିଦେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଯେଉଁଥିରେ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଚିତ୍କାର ଶୁଣି ସାଥୀ ଦୋକାନୀ ଓ ହାଟୁଆମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ।

ଅଦ୍ୟତନ ହୋଇଛି
Deogarh

Deogarh

Advertisment

ଦିନ ଦି’ପରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ। ତା’ରେ ଟଙ୍କା ବ୍ୟାଗ ଧରି ବାଇକ୍‌ରେ ଚମ୍ପଟ ମାରିଥିଲେ। ସାପ୍ତାହିକ ହାଟ ଚାଲିଥିବା ବେଳେ ଏପରି ଘଟଣା ଘଟିଛି ଦେବଗଡ଼ରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଦେବଗଡ଼ ଖପରସାହିର କୁନା ନାୟକ ହେଉଛନ୍ତି ଜଣେ ତେଜରାତି ଦୋକାନୀ। ଆଜି ସେ ତିଲେଇବଣୀ ସାପ୍ତାହିକ ହାଟ ଥିବାରୁ ତେଜରାତି ସଉଦା ବିକ୍ରି କରିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ରୁ ସାଢ଼େ ୧୧ଟା ହେବ। ଗହଳି ଚହଳିରେ ଫାଟି ପଡ଼ୁଥିଲା ହାଟ। ପ୍ରବଳ ଭିଡ଼ ଲାଗି ରହିଥିଲା। ଠିକ୍‌ ସେହି ସମୟରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି କୁନାଙ୍କ ଦୋକାନ ପାଖରେ ଅଟକି ଥିଲେ। ପ୍ରଥମେ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ତା’ପରେ ଟଙ୍କା ବ୍ୟାଗ ମାଗିଥିଲେ। ମାତ୍ର କୁନା ଟଙ୍କା ବ୍ୟାଗ୍‌ ଦେଇନଥିଲେ।

ଦୁର୍ବୃତ୍ତମାନେ ଛୁରାରେ କୁନାଙ୍କ ପିଠିକୁ ଭୁସିଦେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଯେଉଁଥିରେ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଚିତ୍କାର ଶୁଣି ସାଥୀ ଦୋକାନୀ ଓ ହାଟୁଆମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। ଏନେଇ ଦେବଗଡ଼ ଆଦର୍ଶ ଥାନାକୁ ଖବର ଦେବା ସହିତ କୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁନାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ ପୁଲିସ।

Advertisment

ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

Crime Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe