Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ଯୁବକ

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଟୁକୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ପ୍ରଚୁର ପରିମାଣର ରକ୍ତ ଶ୍ରାବ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ଫେରିନାହିଁ।

Balangir

Balangir

Advertisment

ଅଶାନ୍ତ ହୋଇପଡ଼ିଲାଣି ବଲାଙ୍ଗିର ସହର। ସକ୍ରିୟ ହୋଇଗଲେଣି ଅପରାଧୀ। ଗତକାଲି ଘରେ ପଶି ଜଣେ ଯୁକ୍ତ ଛାତ୍ରୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ସେହି ଘଟଣାରକୁ ୨୪ ଘଣ୍ଟା ପୂରିନି ପୁଣି ଜଣେ ଯୁବକଙ୍କୁ ହୋଇଛି ଆକ୍ରମଣ। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ସିନ୍ଦୁରବାହାଲ ଗାଁର ଟୁକୁ ଡାଙ୍ଗ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ରାସ୍ତାରେ ପଡ଼ିଥିଲେ।

Advertisment

ଆଜି ଅପରାହ୍ନରେ ବଲାଙ୍ଗିର ସଦର ଥାନା ସଦେଇପାଲି-ମାଧିଆପାଲି ବାଇପାସ୍‌ ରାସ୍ତା ମାଝିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ଟୁକୁ। ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଟୁକୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ପ୍ରଚୁର ପରିମାଣର ରକ୍ତ ଶ୍ରାବ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ଫେରିନାହିଁ। ତେବେ ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ ୨୩ ବର୍ଷୀୟ ଯୁବକ ଟୁକୁ ଡାଙ୍ଗ ଆଜି ସକାଳୁ କୌଣସି କାମରେ ଘରୁ ବାହାରି ଥିଲେ। ହେଲେ ଘରକୁ ଫେରିନଥିଲେ। ସେ ଗୁରୁତର ଆହତ ହୋଇଥିବା ଅପରାହ୍ନରେ ଘରକୁ ଖବର ଯାଇଥିଲା। ତାଙ୍କୁ ଆକ୍ରମଣ କରି ରାସ୍ତାକୁ ଫିଙ୍ଗି ଦେଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe