Advertisment

ବାକି ଟଙ୍କା ମାଗିବାରୁ ଦୋକାନୀକୁ ହାଣି ପକାଇଲେ

ସୁଶାନ୍ତଙ୍କ ଦୋକାନୀରୁ ଦୀର୍ଘ ଦିନ ଧରି ପିଣ୍ଟୁ ନାୟକ ୫ ହଜାର ଟଙ୍କାର ସାମଗ୍ରୀ ବାକିରେ ନେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ପୁଣି ରାଜଧାନୀରେ ବୁଲିଲା ଖଣ୍ଡା। ବାକି ଟଙ୍କା ମାଗିବାରୁ ଦୋକାନୀକୁ ହାଣି ପକାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପଳାଶୁଣୀ ପ୍ରାଚି ବିହାରରେ।  ଆହତ ବ୍ୟକ୍ତି ସୁଶାନ୍ତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ପ୍ରାଚି ବିହାରରେ।

Advertisment

ସୁଶାନ୍ତଙ୍କ ଦୋକାନୀରୁ ଦୀର୍ଘ ଦିନ ଧରି ପିଣ୍ଟୁ ନାୟକ ୫ ହଜାର ଟଙ୍କାର ସାମଗ୍ରୀ ବାକିରେ ନେଇଥିଲେ। ହେଲେ ଟଙ୍କା ଦେଉନଥିଲେ। ଗତକାଲି ସଂଧ୍ୟାରେ ସୁଶାନ୍ତ ପିଣ୍ଟୁଙ୍କୁ ବାକି ଟଙ୍କା ମାଗିଥିଲେ। ବାକି ଟଙ୍କା ମାଗିବାରୁ ଉତକ୍ଷିପ୍ତ ହୋଇ ପିଣ୍ଟୁ ଖଣ୍ଡାରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

ସୁଶାନ୍ତ ଜୀବନ ବିକାଳେ ଦୌଡ଼ି ପଳାଯାଇଥିଲେ। ପୂରା ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଛି। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Advertisment
Attack On Police Bhubaneswar