Advertisment

ହୋଲିରେ ରାଜଧାନୀରେ ବୋହିଲା ରକ୍ତ!

ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ ବସ୍ତିରେ ପହଞ୍ଚିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟି.ରାଜୁଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।

ଅଦ୍ୟତନ ହୋଇଛି
Medical

Medical

Advertisment

ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ୱରରେ ବୋହିଲା ରକ୍ତ! ହୋଲି ଖେଳ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଆକ୍ରମଣ ହୋଇଛି। ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ଘଟିଛି ଏପରି ଘଟଣା। ସ୍ଥିତି ଆୟତ୍ତରେ ଥିଲେ ମଧ୍ୟ କମିଶନରେଟ୍‌ ପୁଲିସ୍‌ ତୀକ୍ଷିଣ ନଜର ରଖିଛି।

Advertisment

ଦୁଇ ମାସ ତଳେ ଇନ୍‌ଫୋଷିଟି ଥାନା ଶିଖରଚଣ୍ଡୀ ବସ୍ତିର ଟି. ରାଜୁଙ୍କ ସହିତ ଜଣେ ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ଥିବା ବିବାଦ ସମାଧାନ ହୋଇଥିଲା। ଆଜି ହୋଲି ଥିବାରୁ ଟି.ରାଜୁ ରଙ୍ଗ ଖେଳିବା ପାଇଁ ଅନ୍ୟ ସାହିକୁ ଯାଇଥିଲେ। ଠିକ୍‌ ସେହି ସମୟରେ ମଦ ନିଶାରେ ଥିବା ଯୁବକ ଜଣକ ହାତୁଡ଼ି ଓ ସାବଳରେ ଟି.ରାଜୁଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ ବସ୍ତିରେ ପହଞ୍ଚିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟି.ରାଜୁଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣ କରିଥିବା ଯୁବକ ଚମ୍ପଟ ମାରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe