Advertisment

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଯୁବକଙ୍କୁ ଗୁଳିମାଡ଼

ଆଜି ସକାଳେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Firing

Firing

ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ। ଆହତ ଯୁବକ ଅଭ୍ୟାସ ରାୟଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ମାରିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ। ଅଭ୍ୟାସଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସନ୍ଦେହ କରଯାଉଛି। 

ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Rourkela Firing