Advertisment

ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର

ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।

ଅଦ୍ୟତନ ହୋଇଛି
Firing

Firing

Advertisment

ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି।  ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ  ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ।

Advertisment

ସଲିଳ ଜଣକ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ତାଙ୍କ ପିଠିରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ ଖୋକା ଜବତ କରାଯାଇଛି।

ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସେକ୍ଟର ୩ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Rourkela Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe