Advertisment

ପୂର୍ବ ଶତ୍ରୁତା ନେଲା ଉଗ୍ର ରୂପ; ବାଟରେ ଅଟକାଇ ହାଣିଦେଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ପୂର୍ବ ଶତ୍ରୁତା ନେଲା ଉଗ୍ର ରୂପ। କାମ ସାରି ଘରକୁ ଫେରିବା ବେଳେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡଗଡି ସେତୁ ନିକଟରେ ଏହି ଘଟଣା ଘଟିଛି। ଆହତ ବ୍ୟକ୍ତି ପର୍ଶୁରାମ ମହାନ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ପର୍ଶୁରାମ କାମ ସାରି ବାଳକାଟି ନିଜ ଗାଁ ଅଭିମୁଖେ ଫେରୁଥିଲେ। ଏହି ସମୟରେ ଗଡଗଡି ସେତୁ ନିକଟରେ ହଠାତ୍ ୧୦ରୁ ୧୨ ଜଣ ଯୁବକ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ମାନେ ବାଡ଼ିରେ ନିସ୍ତୁକ ମାଡ଼ ମାରିବା ସହ ଭୁଜାଲିରେ ପର୍ଶୁରାମଙ୍କ
ଦୁଇ ଗୋଡ, ହାତ ଓ ମୁଣ୍ଡକୁ ହାଣି  ଦେଇଥିବା ଅଭିଯୋଗ ହୋଇଛି।

ପର୍ଶୁରାମ ରକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ପଡ଼ି ଛଟପଟ ହେଉଥିବା  ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପର୍ଶୁରାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶ଼ତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Kendrapada