Advertisment

ରାଜଧାନୀରୁ ପୁଣି ଜଣେ ଯୁବକଙ୍କୁ ଅପହରଣ

ଆଶିଷଙ୍କ ବନ୍ଧୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଘଟଣାର ତଦନ୍ତ ଚଳାଇଛି।

BBSR

BBSR

Advertisment

ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ପୁଣି ଜଣେ ଯୁବକଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଆଜି ସଞ୍ଜ ବେଳେ ଏପରି ଘଟିଛି ଘଟଣା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ହେଲେ ଅପହୃତ ଯୁବକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରିପାରି ନାହିଁ।

Advertisment

ଆଜି ସନ୍ଧ୍ୟା ବେଳେ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା ଓ ତାଙ୍କର ସାଥୀ ଚାଲି ଚାଳି ଯାଉଥିଲେ। ତେବେ ଚନ୍ଦକା ଥାନାଠାରେ ଅଳ୍ପ ଦୂରରେ କିଛି ଦୁର୍ବୃତ୍ତ ଏକ କାର୍‌ରେ ଆସି ତାଙ୍କ ପାଖରେ ଅଟକିଥିଲେ। ସେମାନେ ଆଶିଷଙ୍କୁ ଡାକିଥିଲେ। ଆଶିଷ ଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଜବଦସ୍ତି ଉଠାଇ ନେଇଥିଲେ। ହେଲେ ଆଶିଷଙ୍କ ବନ୍ଧୁ ଅପହରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ।

ଆଶିଷଙ୍କ ବନ୍ଧୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅପହରଣ ହୋଇଥିବା ଯୁବକଙ୍କୁ ଉଦ୍ଧାର କରିପାରି ନାହିଁ ପୁଲିସ୍‌। ଅପହରଣ କରିଥିବା ଦୁର୍ବୃତ୍ତମାନେ ପାତ୍ରପଡ଼ା ଓ ତମାଣ୍ଡୋ ଅଞ୍ଚଳ ବୋଲି ଜଣାପଡ଼ିଛି।

Advertisment

କିଏ ଓ କାହିଁକି ଆଶିଷଙ୍କୁ ଅପହରଣ କଲା। ମିଳିଥିବା ସୂଚନା ଅନୁସାରେ ଆଶିଷଙ୍କ ଗୋଷ୍ଠୀ ଭିତରେ କିଛି ଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଅପହରଣ କରାଯାଇଥିବା ଚର୍ଚ୍ଚା ହେଉଛି। ହେଲେ କେଉଁ କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା, ତାହା ଜଣାପଡ଼ିନି।

କିଛି ଦିନ ତଳେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା। ପରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe