Advertisment

ଶ୍ୱଶୁରଙ୍କ ରକ୍ତରେ ହୋଲି ଖେଳିଲା ଜ୍ୱାଇଁ! ସ୍ତ୍ରୀଙ୍କୁ ପିଟୁପିଟୁ ଶ୍ୱଶୁରଙ୍କୁ ପିଟିଦେଲା

ଆଜି ଦୁଃଶାସନ ଶ୍ୱଶୁର ଘରକୁ ଯାଇଥିଲେ। ଶାଶୁ ଓ ଶ୍ୱଶୁରଙ୍କ ଉପସ୍ଥିତରେ ସେ ପୂଜାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ତାଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା ଦୁଃଶାସନ। ହେଲେ ଶ୍ୱଶୁର କାଳନ୍ଦୀ ତାଙ୍କୁ ବିରୋଧ କରିଥିଲେ।

Crime

Crime

Advertisment

ଶ୍ୱଶୁରଙ୍କ ରକ୍ତରେ ହୋଲି ଖେଳିଲା ଜ୍ୱାଇଁ! ସ୍ତ୍ରୀଙ୍କୁ ପିଟୁପିଟୁ ଶ୍ୱଶୁରଙ୍କୁ ପିଟିଦେଲା। ଆଜି ଅପରାହ୍ନରେ ଏପରି ବୀଭତ୍ସ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ଜ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ସିମିଳିପୁର ଗାଁର କାଳନ୍ଦୀ ଦାସଙ୍କ ଝିଅ ପୂଜା ତାଳବସ୍ତ ପଞ୍ଚାୟତ ପୁଟସାହିର ଦୁଃଶାସନ ବେହେରାଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟେ କଟକ ଟାଉନ୍‌ରେ ରହୁଥିଲେ। ଏଇଠାରେ ରହଣୀ ସମୟରେ ପୂଜାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ମଦ ନିଶାରେ ପୂଜାଙ୍କୁ ଦୁଃଶାସନ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଦିନକୁ ଦିନ ଅତ୍ୟାଚାର ବଢ଼ିବାରୁ ପୂଜା ନିଜ ପୁଅକୁ ଧରି ବାପ ଘରକୁ ପଳାଇ ଯାଇଥିଲେ। ସେ ବାପ ଘରେ ରହୁଥିଲେ।

ଆଜି ଦୁଃଶାସନ ଶ୍ୱଶୁର ଘରକୁ ଯାଇଥିଲେ। ଶାଶୁ ଓ ଶ୍ୱଶୁରଙ୍କ ଉପସ୍ଥିତରେ ସେ ପୂଜାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ତାଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା ଦୁଃଶାସନ। ହେଲେ ଶ୍ୱଶୁର କାଳନ୍ଦୀ ତାଙ୍କୁ ବିରୋଧ କରିଥିଲେ। ଠିକ୍‌ ସେହି ସମୟରେ ସେ ଶ୍ୱଶୁରଙ୍କ ମୁଣ୍ଡକୁ ଜୋରରେ ମାଡ ମାରିଥିଲେ। ଯାହାଫଳରେ କାଳନ୍ଦୀ ତଳେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବାଙ୍କୀ ମେଡିକାଲ୍‌କୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ରିପୋର୍ଟ-ବାଙ୍କୀରୁ ସଞ୍ଜୀପ କୁମାର ନାୟକ

Mass Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe