Advertisment

ଦୁଇ ପିଲାଙ୍କ କଳି; ମାଆଙ୍କୁ ପିଟିପିଟି ମାରିଦେଲେ

ହେଲେ ସୁଦାମ କିଛି କଥା ଶୁଣିବା ଆଗରୁ ରାଗ ତମ ତମ ହୋଇ ପୁଷ୍ପାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏକ ଲୁହା ରଡ୍‌ରେ ସେ ପୁଷ୍ପା ବଚ୍ଛାଙ୍କୁ ପ୍ରବଳ ପିଟିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ।

Crime

Crime

Advertisment

ଦୁଇ ସ୍କୁଲ ପିଲାଙ୍କ କଳିରୁ ଆରମ୍ଭ ହେଲା ଗଣ୍ଡଗୋଳ। ମାଆଙ୍କୁ ପିଟିପିଟି ମାରିଦେଲେ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି। ହତ୍ୟା ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି। ଏହାକୁ ନେଇ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

କଣ୍ଟାବାଞ୍ଜି ସହରର ନୂଆପଡା ଗାଁର ସୁଦାମ ବେହେରା ଓ ଚିଙ୍ଗିରିପଡା ଗ୍ରାମର ପୁଷ୍ପା ବଚ୍ଛାଙ୍କ ପୁଅ ଗୋଟିଏ ସ୍କୁଲରେ ପାଠ ପଢ଼ନ୍ତି। ଆଜି କୌଣସି କଥାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଷ୍ପାଙ୍କ ପୁଅକୁ ସୁଦାମ ବେହେରାଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପୁଷ୍ପାଙ୍କୁ ତାଙ୍କ ପୁଅ ଜଣାଇଥିଲେ। ଏହାପରେ ସୁଦାମଙ୍କ ଘରକୁ ଯାଇଥିଲେ ପୁଷ୍ପା। ସେ ଏନେଇ ସୁଦାମଙ୍କୁ କହିଥିଲେ।

ହେଲେ ସୁଦାମ କିଛି କଥା ଶୁଣିବା ଆଗରୁ ରାଗ ତମ ତମ ହୋଇ ପୁଷ୍ପାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏକ ଲୁହା ରଡ୍‌ରେ ସେ ପୁଷ୍ପା ବଚ୍ଛାଙ୍କୁ ପ୍ରବଳ ପିଟିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ଷାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସୁଦାମ କଣ୍ଟାବାଞ୍ଜି ଥାନାରେ ଆତ୍ମସମର୍ପଣ କରିଥିଲେ।

Advertisment

ପୁଷ୍ପାଙ୍କ ମୃତ୍ୟୁ ଖର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏବେ ମଧ୍ୟ ଉତ୍ତେଜା ଲାଗି ରହିଛି। ପୁଲିସ୍‌ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Bolangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe