Advertisment

ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣିଦେଲା ଦିଅର

ଘଷିପୁରା ଥାନା ପାତନା ଗାଁରେ ସିଦ୍ଧେଶ୍ୱର ମୁର୍ମୁଙ୍କ ପତ୍ନୀ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ କରୁଥିଲେ ତାଙ୍କ ଦିଅର ଗଙ୍ଗା ମୁର୍ମୁ। ଯେଉଁଥିପାଇଁ ଭାଉଜ ଓ ଦିଅରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

author-image
Manoranjan Sial
Keonjhar

Keonjhar

ଡାହାଣୀ ବୋଲି ସନ୍ଦେହ କରି ଭାଉଜକୁ ମାରିଦେଲା ଦିଅର। ଦିନ ଦି’ପହରରେ ଟାଙ୍ଗିଆରେ ଭାଉଜଙ୍କୁ ହାଣିଦେଲା ଦିଅର। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଘଷିପୁରା ଥାନା ପାତନା ଗାଁରେ ସିଦ୍ଧେଶ୍ୱର ମୁର୍ମୁଙ୍କ ପତ୍ନୀ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ କରୁଥିଲେ ତାଙ୍କ ଦିଅର ଗଙ୍ଗା ମୁର୍ମୁ। ଯେଉଁଥିପାଇଁ ଭାଉଜ ଓ ଦିଅରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଆଜି ଅପରାହ୍ନରେ ଘରେ ସୀତା ଏକା ଥିଲେ। ସେ ଘର କାମରେ ବ୍ୟସ୍ତ ଥିଲେ। ଠିକ୍‌ ସେତିକି ବେଳେ ହାତରେ ଟାଙ୍ଗିଆ ଧରି ଘରେ ପହଞ୍ଚିଥିଲା ଗଙ୍ଗା। ଆଉ ସାମ୍ନାରେ ଭଉଜ ସୀତାଙ୍କୁ ପାଇ ଟାଙ୍ଗିରେ ଚୋଟ ପରେ ଚୋଟ ପକାଇଥିଲା। ଘଟଣା ସ୍ଥଳରେ ସୀତାଙ୍କର ମୃତ୍ୟୁ ଘଟିଥିଲା।

ଭାଉଜଙ୍କୁ ହତ୍ୟା କରିବା ପରେ ଗଙ୍ଗା ରକ୍ତାକ୍ତ ଟାଙ୍ଗିଆ ଧରି ନିକଟସ୍ଥ ବ୍ରାହ୍ମଣୀପାଳ ଥାନାରେ ପହଞ୍ଚିଥିଲା। ଆଉ ସେ ତା’ ଭାଉଜଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ବ୍ରାହ୍ମଣୀପାଳ ଥାନା ପୁଲସ୍‌ ଅଭିଯୁକ୍ତ ଗଙ୍ଗାକୁ ଧରି ଘଷିପୁରା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଘଷିପୁରା ଥାନା ଅଧିକାରୀ ସୁଶିଲ କର, ଏସ୍‌ଆଇ ମାନସ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଗୁଣି ଗାରେଡିରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି।

Advertisment

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Murder Keonjhar Crime