Advertisment

ଉଭୟଙ୍କ ଭିତରେ ଥିଲା ସମଲିଙ୍ଗି ଯୌନ ସମ୍ପର୍କ! ତା’ହେଲେ କାହିଁକି ହତ୍ୟା?

ଉଭୟଙ୍କ ସମ୍ପର୍କ ବହୁତ ଭଲ ଥିଲା। ପରସ୍ପର ଭିତରେ କଥା ସେୟାର କରୁଥିଲେ। ଥରେ ରାଜାଙ୍କର ଟଙ୍କା ଦରକାର ପଡ଼ିଥିଲା। ତେଣୁ ଆକାଶ ତାଙ୍କୁ ୪୫ ହଜାର ଟଙ୍କା ଦେଇଥିଲେ। ମାତ୍ର ସେହି ଟଙ୍କା ସେ ଫେରାଉନଥିଲେ। ଟଙ୍କା ମାଗିଲେ ନାନା ବାହାନା କରୁଥିଲେ ରାଜା।

Same Sex

Same Sex

Advertisment

ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଭାବି ତଦନ୍ତ କରୁଥିବା ପୁଲିସ୍‌କୁ ମିଳିଲା ସମଲିଙ୍ଗି ଯୌନ ସମ୍ପର୍କ ଖିଅ! ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଉଭୟଙ୍କ ଭିତରେ ସହମତିରେ ସମଲିଙ୍ଗି ଯୌନ ସମ୍ପର୍କ ଥିଲା, ତାହା କାହିଁକି ଘଟିଲା ବୀଭତ୍ସ ହତ୍ୟାକାଣ୍ଡ? କ’ଣ ପାଇଁ ଜଣେ ଅନ୍ୟ ଜଣଙ୍କୁ କ୍ରିକେଟ୍‌ ବ୍ୟାଟ୍‌ରେ ପିଟି ପିଟି ହତ୍ୟା କରିଥିଲେ? ଅଭିଯୁକ୍ତକୁ ଗିରଫ କରି ଏହାର କାରଣ ଖୋଜୁଛି ସମ୍ୱଲପୁର ପୁଲିସ୍‌।

Advertisment

କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଅଞ୍ଚଳର ଆକାଶ ରଞ୍ଜନ ନାଗ ସମ୍ୱଲପୁରରେ ଏକ ହୋଟେଲ୍‌ରେ କାମ କରନ୍ତି। କିନ୍ତୁ ସିଟି ରୋଡ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ସେ ରହୁଥିଲେ। ହୋଟେଲ୍‌ରେ କାମ କରୁଥିବା ବେଳେ ରାଜା ବିଶିଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ତା’ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ଅର୍ଥାତ ଉଭୟଙ୍କ ଭିତରେ ସହମତି ଭିତ୍ତିରେ ସମଲିଙ୍ଗି ଯୌନ ସମ୍ପର୍କ ରହିଥିଲା। ଏ ସମ୍ପର୍କ ଦୀର୍ଘ ଦିନର। ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡ଼ିଓ ରାଜାଙ୍କ ପାଖରେ ରହିଥିଲା।

ଉଭୟଙ୍କ ସମ୍ପର୍କ ବହୁତ ଭଲ ଥିଲା। ପରସ୍ପର ଭିତରେ କଥା ସେୟାର କରୁଥିଲେ। ଥରେ ରାଜାଙ୍କର ଟଙ୍କା ଦରକାର ପଡ଼ିଥିଲା। ତେଣୁ ଆକାଶ ତାଙ୍କୁ ୪୫ ହଜାର ଟଙ୍କା ଦେଇଥିଲେ। ମାତ୍ର ସେହି ଟଙ୍କା ସେ ଫେରାଉନଥିଲେ। ଟଙ୍କା ମାଗିଲେ ନାନା ବାହାନା କରୁଥିଲେ ରାଜା। ବାରମ୍ୱାର ଟଙ୍କା ମାଗିବାରୁ ସମଲିଙ୍ଗି ଯୌନ ସମ୍ପର୍କର ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଥିଲେ ରାଜା। ଯାହାକୁ ନେଇ ଆକାଶଙ୍କ ମନରେ ଘୃଣାଭାବ ସୃଷ୍ଟି ହୋଇଥିଲା। ଆଉ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ୧୯ ତାରିଖ ରାତିରେ ବାହାନା କରି ରାଜାଙ୍କୁ ହୀରାକୁଦ ଡ୍ୟାମ ପାଖକୁ ଡାକି ନେଇଥିଲେ ଆକାଶ। ସେଠାରେ ଉଭୟଙ୍କ ଭିତରେ ଧାର ଟଙ୍କାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା।

Advertisment

କଥା କଟାକଟି ଭିତରେ ରାଜାଙ୍କୁ ଆକାଶ ଠେଲି ଦେଇଥିଲେ। ଯେଉଁଥିପାଇଁ ରାଜା ତଳେ ପଡ଼ିଯାଇଥିଲେ। ଆଉ ତାଙ୍କ ମୁଣ୍ଡ ଡ୍ୟାମରେ ବିଛା ଯାଇଥିବା ପଥରରେ ବାଡେଇ ହୋଇଯାଇଥିଲା। ତା’ପରେ ଆକାଶ ତାଙ୍କୁ ଏକ ବ୍ୟାଟରେ ପିଟି ପିଟି ମାରି ଦେଇଥିଲେ। ରାଜାଙ୍କ ମାରିବା ପରେ ସୁନା ପିଲାଟିଏ ପରି ଆକାଶ ନିଜର ଭଡ଼ା ଘରକୁ ପଳାଇ ଆସିଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶନିବାର ସକାଳେ ପୁଲିସ୍‌ ମୃତଦେହ ଜବତ କରିଥିଲା। ପ୍ରାଥମିକ ତଦନ୍ତୁ ଦୁର୍ଘଟଣା ବୋଲି ଭାବି ପୁଲିସ୍‌ ତଦନ୍ତ ଚଳାଇଥିଲା। ତେବେ ମାମଲାର ତଦନ୍ତ ବେଳେ ରାଜାର ପୂରା ପରିଚୟ ମିଳିଥିଲା। ସେ ମାତୃବିହାରର ବୋଲି ଜଣାପଡ଼ିଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଆକାଶକୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସେ ସବୁ କଥା ସ୍ୱୀକାର କରିଥିଲେ। ପୁଲିସ୍‌ ତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe