Advertisment

ହାତେ ଜମି ପାଇଁ ରକ୍ତାକ୍ତ ସଂଘର୍ଷ! ବାପାଙ୍କ ଆଗରେ ପୁଅକୁ ହାଣିଦେଲେ

ଇଟାମାଟି ଥାନା ଲାଠିପଡ଼ା ପାଇକ ସାହିର ଜଗଦ୍ଦେବ ପରିଡ଼ାଙ୍କ ଜମି ପାଖରେ ଭୁତଡ଼ିହିଁ ଗାଁର ରାଉତ ଘର ପରିବାର ଲୋକଙ୍କ ଚାଷ ଜମି ରହିଛି। ସେହି ଜମିରୁ ହାତେ ମାଡ଼ି ବସିଛନ୍ତି ରାଉତ ଘର ପରିବାର ଲୋକ।

Nayagarh

Nayagarh

Advertisment

ହାତେ ଜମି ପାଇଁ ରକ୍ତାକ୍ତ ସଂଘର୍ଷ! ବାପାଙ୍କ ଆଗରେ ବଡ଼ ପୁଅକୁ ହାଣି ମାରିଦେଲେ। ଆଉ ସାନ ପୁଅକୁ ରକ୍ତାକ୍ତ କରିଦେଲେ। ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା ଓ ପୁଅ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲାରେ ଘଟିଛି।

Advertisment

ଇଟାମାଟି ଥାନା ଲାଠିପଡ଼ା ପାଇକ ସାହିର ଜଗଦ୍ଦେବ ପରିଡ଼ାଙ୍କ ଜମି ପାଖରେ ଭୁତଡ଼ିହିଁ ଗାଁର ରାଉତ ଘର ପରିବାର ଲୋକଙ୍କ ଚାଷ ଜମି ରହିଛି। ସେହି ଜମିରୁ ହାତେ ମାଡ଼ି ବସିଛନ୍ତି ରାଉତ ଘର ପରିବାର ଲୋକ। ଏହାକୁ ନେଇ ଦୁଇ ପରିବାର ଭିତରେ ବିବାଦ ଲାଗି ରହିଥିଲା। ଆସନ୍ତା କାଲି ଗାଁ ମଧ୍ୟସ୍ତି ମାଧ୍ୟମରେ ବିବାଦ ସମାଧାନ ହେବାର ଥିଲା।

ଆଜି ଅପରାହ୍ନରେ ଜଗଦ୍ଦେବ ଘରେ ଥିଲେ। ଆଉ ତାଙ୍କ ଦୁଇ ପୁଅ ଦଣ୍ଡପାଣି ଓ ପ୍ରମୋଦ ବିଲକୁ କାମ କରିବା ପାଇଁ ଯାଇଥିଲେ। ଠିକ୍‌ ସେହି ସମୟରେ ରାଉତ ଘର ପରିବାର ଲୋକେ ଜଗଦ୍ଦେବଙ୍କୁ ଜବରଦସ୍ତି ଡାକି ନେଇଯାଇଥିଲେ। ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡର ଶବ୍ଦ ବିଲକୁ ଶୁଭୁଥିଲା। ଗାଁରେ କିଛି ଗଣ୍ଡଗୋଳ ହେଉଥିବା ଭାବି ଦୁଇ ଭାଇ ବିଲରୁ କାମ ଛାଡ଼ି ଘରକୁ ଆସିଥିଲେ। ସେହି ସମୟରେ ନିଜ ବାପା ଜଗଦ୍ଦେବଙ୍କୁ ମାଡ଼ ହେଉଥିବା ଦେଖିବାକୁ ପାଇଥିଲେ ଦୁଇ ଭାଇ। ପରେ ସେମାନେ ବାପାଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ। ସେତିକି ବେଳେ ରାଉତ ଘର ପରିବାର ସଦସ୍ୟମାନେ ହାତରେ କଟୁରି ଧରି ଦଣ୍ଡପାଣିଙ୍କ ବେକକୁ ଚୋଟ ପରେ ଚୋଟ ପକାଇଥିଲେ। ସେହିଠାରେ ସେ ପଡ଼ି ଯାଇଥିଲେ।

Advertisment

ବଡ଼ ଭାଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିବା ଦେଖି ସାନ ଭାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେମାନେ ତାଙ୍କୁ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ଜୀବନ ବିକଳରେ ସେଠାରୁ ପଳାଇ ଆସିଥିଲେ ପ୍ରମୋଦ। ଗାଁ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଦଣ୍ଡପାଣିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହେଲେ ଜଗଦ୍ଦେବ ଓ ତାଙ୍କ ସାନ ପୁଅ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଇଟାମାଟି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Crime Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe