Advertisment

କନ୍ଦାଇ କନ୍ଦାଇ ରଖିଥିଲେ.... ମାଡ଼ ମାରିବାକୁ ଆସିବାରୁ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁଷିଦେଲି

ମିଥୁନ୍‌ଙ୍କ କହିବା ଅନୁସାରେ ରବିବାର ରାତିରେ ଶାଶୁ ଓ ପତ୍ନୀ ଅସଭ୍ୟ ଭାଷାରେ ପ୍ରବଳ ଗାଳି ଦେଇଥିଲେ। ଉଭୟ ମାରିବାକୁ ମଧ୍ୟ ଆସିଥିଲେ। ଆଜି ସକାଳେ ଉଭୟ ପ୍ରବଳ ଗାଳି ଦେଇଥିଲେ। ସେମାନଙ୍କ ନିର୍ଯାତନା ଆଉ ସହି ପାରିଲି ନାହିଁ। କେତେ କାନ୍ଦିବି? ବାହାଘର ପରଠାରୁ ଖାଲି କାନ୍ଦୁଥିଲି।

Crime

Crime

Advertisment

“୪ ବର୍ଷ ହେଲା ମୋତେ କନ୍ଦାଇ କନ୍ଦାଇ ରଖିଲେ। ଆଜି ସକାଳେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ମୋତେ ପିଟିବାକୁ ଆସିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁଷିଦେଲି।” ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି।

Advertisment

ପୋଡାବଲଣ୍ଡା ଗାଁ ଗାୟତ୍ରୀ ସାହୁଙ୍କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଜାମୁଡୁଲି ଅଞ୍ଚଳର ମିଥୁନ ସାହୁ ୪ ବର୍ଷ ତଳେ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ପରେ ବଧୂ ବେଶରେ ଶାଶୁଘରକୁ ଯାଇଥିଲେ ଗାୟତ୍ରୀ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କ ଔରଷରୁ ପୁଅଟିଏ ଜନ୍ମ ହୋଇଥିଲା। ଅଭିଯୋଗ ଅନୁସାରେ ଏହା ପରଠାରୁ ଅସନ୍ତୋଷର ଝଡ଼ ବୋହିଥିଲା। ଶାଶୁ ଘରେ ରହିବା ପାଇଁ ଚାହୁଁନଥିଲେ ଗାୟତ୍ରୀ।

ଗାୟତ୍ରୀ ବାପଘରେ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ମିଥୁନ୍‌ଙ୍କ ଉପରେ ଚାପ ପକାଉଥିଲେ। ହେଲେ ମିଥୁନ୍‌ ତାଙ୍କ କଥାରେ ରାଜି ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ୨୦୨୩ ମସିହାରେ ମାମଲା ଥାନାକୁ ଯାଇଥିଲା। ଅଲୋଚନା ପରେ ଉଭୟ ଏକାଠି ରହୁଥିଲେ। ଗତ ୨ ତାରିଖରେ ମିଥୁନ୍‌ ପତ୍ନୀ ଗାୟତ୍ରୀଙ୍କୁ ଧରି ଶ୍ୱଶୁର ଘର ଯାଇଥିଲେ। ରଥଯାତ୍ରାଠାରୁ ଉଭୟେ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ଘର ପାଖରେ ନୂଆ ଘର ମଧ୍ୟ ନିର୍ମାଣ କରୁଥିଲେ। ହେଲେ ସେଠାରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ପତ୍ନୀ ଗାୟତ୍ରୀ ଓ ଶାଶୁ ଋକଣୀ ସାହୁ ତାଙ୍କୁ ନାନା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

Advertisment

ମିଥୁନ୍‌ଙ୍କ କହିବା ଅନୁସାରେ ରବିବାର ରାତିରେ ଶାଶୁ ଓ ପତ୍ନୀ ଅସଭ୍ୟ ଭାଷାରେ ପ୍ରବଳ ଗାଳି ଦେଇଥିଲେ। ଉଭୟ ମାରିବାକୁ ମଧ୍ୟ ଆସିଥିଲେ। ଆଜି ସକାଳେ ଉଭୟ ପ୍ରବଳ ଗାଳି ଦେଇଥିଲେ। ସେମାନଙ୍କ ନିର୍ଯାତନା ଆଉ ସହି ପାରିଲି ନାହିଁ। କେତେ କାନ୍ଦିବି? ବାହାଘର ପରଠାରୁ ଖାଲି କାନ୍ଦୁଥିଲି। ତେବେ ନିର୍ଯାତନା ଅସହ୍ୟ ହେବାରୁ ମାରିଦେଲି। ଶାଶୁ ଓ ପତ୍ନୀଙ୍କ ପେଟରେ ଶାବଳ ଭୁଷି ମାରିଦେଲି ବୋଲି ମିଥୁନ୍‌ କହିଛନ୍ତି।

ଶାଶୁ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଘର ବାହାର ପାର୍ଶ୍ୱରେ ତାଲା ପକାଇ ଦେଇଥିଲେ ମିଥୁନ୍‌। ତା’ପରେ ନିଜର ଦେଢ଼ ବର୍ଷର ପୁଅକୁ ଧରି ରେଢାଖୋଲ ଥାନାରେ ପହଞ୍ଚିଥିଲେ। ଶାଶୁ ଓ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍‌ ପାଖରେ କହିଥିଲା। ପୁଲିସ୍‌ ତାଙ୍କୁ ଅଟକ ରଖି ପୋଡାବଲଣ୍ଡା ଗାଁରେ ପହଞ୍ଚିଥିଲା। ସାଇଣ୍ଟିଫିକ ଟିମ୍ ସହାୟତାରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Murder Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe