Advertisment

ବାପାଙ୍କୁ ମାଡ଼ ମାରି ଗିରଫ ହେଲା, ମେଡ଼ିକାଲ୍‌ରୁ ଚମ୍ପଟ ମାରିଥିଲା

ଲରମ୍ଭା ଥାନା ପଣେସରା ଗାଁର ନୀଳାଞ୍ଚଳ ସୁନା ଗୋଟିଏ କୁକୁର ଛୁଆ ପାଳିଥିଲା। ସୋମବାର ରାତିରେ ସେହି କୁକୁର ଛୁଆଟିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ନୀଳାଞ୍ଚଳ ମଲା କୁକୁର ଛୁଅକୁ ରାସ୍ତା ଉପରେ ପକାଇ ଦେଇଥିଲା।

author-image
Manoranjan Sial
police Hand cop

police Hand cop

ବାପାଙ୍କୁ ମାଡ଼ ମାରି ଗିରଫ ହୋଇଥିଲା। କୋର୍ଟ ଚାଲାଣ ପୂର୍ବରୁ ମେଡ଼ିକାଲ୍‌ରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ। ଆଜି ଏପରି ଖବର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଆସିଛି।

Advertisment

ଲରମ୍ଭା ଥାନା ପଣେସରା ଗାଁର ନୀଳାଞ୍ଚଳ ସୁନା ଗୋଟିଏ କୁକୁର ଛୁଆ ପାଳିଥିଲା। ସୋମବାର ରାତିରେ ସେହି କୁକୁର ଛୁଆଟିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ନୀଳାଞ୍ଚଳ ମଲା କୁକୁର ଛୁଅକୁ ରାସ୍ତା ଉପରେ ପକାଇ ଦେଇଥିଲା। ଯାହାକୁ ତାଙ୍କ ବାପା ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନୀଳାଞ୍ଚଳ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲା।

ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ନୀଳାଞ୍ଚଳଙ୍କୁ ଗିରଫ କରିଥିଲା। ନୀଳାଞ୍ଚଳଙ୍କୁ ଗିରଫ ପରେ କୋଭିଡ୍‌ ଟେଷ୍ଟ ପାଇଁ ମେଡ଼ିକାଲ୍‌ ନେଇଥିଲା ପୁଲିସ୍‌। କୋଭିଡ୍‌ ଟେଷ୍ଟ ପରେ ତାଙ୍କୁ ଗାଡ଼ିକୁ ନେଉଥିବା ବେଳେ ପୁଲିସ୍‌କୁ ଧକ୍କା ଦେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ। ଆଗରେ ନୀଳାଞ୍ଚଳ। ଆଉ ତାଙ୍କ ପଛେ ପଛେ ଦୌଡ଼ୁଥିଲା ପୁଲିସ୍‌। ଅଧଘଣ୍ଟାଏରୁ ଅଧିକ ସମୟ ଧରି ଧାଆଁ ଦୌଡ଼ ପରେ ନୀଳାଞ୍ଚଳକୁ ଧରିବାରେ ସକ୍ଷମ ହୋଇଥିଲା ପୁଲିସ୍‌।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

Balangir