Advertisment

କ୍ରେଡିଟ କାର୍ଡ ହେଲା କାଳ; ସାଙ୍ଗର ତଣ୍ଟି ଚିପି ଦେଲେ ଯୁବକ

ନିଜ ସାଙ୍ଗଙ୍କ କ୍ରେଡିଟ କାର୍ଡରୁ ଫୋନ୍‌ କିଣିଥିବା ଯୁବକଜଣକ ପରେ କିନ୍ତୁ କିସ୍ତି ଦେବାକୁ ମନା କରିଦେଲେ। ଏହାକୁ ନେଇ ଆରମ୍ଭ ହୋଇଥିବା ଉଚ୍ଚବାଚ ଶେଷରେ ହତ୍ୟାକାଣ୍ଡର ରୂପ ନେଲା।

author-image
Niharika Rout
Deadbody

Deadbody

ବିଶ୍ୱାସରେ ବିଷ ମିଶାଇଲା ସାଙ୍ଗ । ଏହାକୁ ନେଇ କଥା କଟାକଟି ହେବାରୁ ନିଜ ସାଙ୍ଗର ଜୀବନ ନେବାକୁ ବି ପଛାଇଲା ନାହିଁ। ଏପରି ଏକ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି।

Advertisment

ନିଜ ସାଙ୍ଗଙ୍କ କ୍ରେଡିଟ କାର୍ଡରୁ ଫୋନ୍‌ କିଣିଥିବା ଯୁବକଜଣକ ପରେ କିନ୍ତୁ କିସ୍ତି ଦେବାକୁ ମନା କରିଦେଲେ। ଏହାକୁ ନେଇ ଆରମ୍ଭ ହୋଇଥିବା ଉଚ୍ଚବାଚ ଶେଷରେ ହତ୍ୟାକାଣ୍ଡର ରୂପ ନେଲା। ମୃତକଜଣକ ହେଲେ ୨୪ ବର୍ଷୀୟ ଶୁଭଞ୍ଜୟ ।

ପ୍ରାୟ ମାସେ ପୂର୍ବେ ଏକ ମୋବାଇଲ କିଣିବା ନିମନ୍ତେ ଅମନ ନାମକ ଯୁବକ ନିଜ ସାଙ୍ଗ ଶୁଭଞ୍ଜୟଙ୍କ କ୍ରେଡିଟ କାର୍ଡ ବ୍ୟବହାର କରିଥିଲେ। ଏଥିନିମନ୍ତେ ସେ ୩୦ ହଜାର ଟଙ୍କା ଉଠାଇଥିଲେ। ନିର୍ଦ୍ଧାରିତ ସମୟରେ କିସ୍ତି ଶୁଝିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ମାତ୍ର ପ୍ରଥମ ମାସ କିସ୍ତି ସମୟ ହୋଇଯିବାରୁ ଶୁଭଞ୍ଜୟ ଟଙ୍କା ଦେବା ନିମନ୍ତେ ଅମନଙ୍କୁ କହିଥିଲେ। ମାତ୍ର ଟଙ୍କା ଦେବେନି ବୋଲି ସେ ସଫା ସଫା ଶୁଣାଇ ଦେଇଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅମନ ନିଜର ଦୁଇ ସାଙ୍ଗଙ୍କ ସହ ତଣ୍ଟି ଚିପି ଶୁଭଞ୍ଜୟଙ୍କ ହତ୍ୟା କରିଥିଲେ। ଏହାପରେ ଏକ ନିଛାଟିଆ ସ୍ଥାନରେ ନାଳରେ ମୃତଦେହକୁ ଫୋପାଡ଼ି ଦେଇଥିଲେ। ଗତ ରବିବାର ଏହି ହତ୍ୟାକାଣ୍ଡ ଘଟିଥିଲା।

ପୁଅ ନିଖୋଜ ନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଗତକାଲି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ମାମଲାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର ଅଛନ୍ତି।

Murder Uttar Pradesh