Advertisment

ସର୍ବ ସମ୍ମୁଖରେ ଅଟୋ ଚାଳକଙ୍କୁ ଛୁରୀ ଭୁଷି ହତ୍ୟା

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେଣୁ ସରସରା ଗାଁର ୩୫ ବର୍ଷୀୟ ଯୁବକ ବିଶ୍ୱନାଥ ମିର୍ଧା ନିଜ ଅଟୋରେ କିଛି ଭୋଟ୍‌ରଙ୍କୁ ଧରି ମତଦାନ କେନ୍ଦ୍ରକୁ ଯାଉଥିଲେ। ତେବେ ଗାଁ ମୁଣ୍ଡରେ ଅଶୋକ ମହାନନ୍ଦ ଅଟୋ ଅଟକାଇ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

School

School

Advertisment

ମତଦାନ କେନ୍ଦ୍ରକୁ ଭୋଟରଙ୍କୁ ଧରି ଅଟୋରେ ଯାଉଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଅଟକାଇ ଛୁରୀ ଭୁଷି ହତ୍ୟା କଲେ ନିଶାସକ୍ତ ଯୁବକ। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ବରଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ୍। ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଉତ୍ତରାଞ୍ଚଳ ଆଇଜି ସ୍ପଷ୍ଟ କରିଛନ୍ତି।

Advertisment

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେଣୁ ସରସରା ଗାଁର ୩୫ ବର୍ଷୀୟ ଯୁବକ ବିଶ୍ୱନାଥ ମିର୍ଧା ନିଜ ଅଟୋରେ କିଛି ଭୋଟ୍‌ରଙ୍କୁ ଧରି ମତଦାନ କେନ୍ଦ୍ରକୁ ଯାଉଥିଲେ। ତେବେ ଗାଁ ମୁଣ୍ଡରେ ଅଶୋକ ମହାନନ୍ଦ ଅଟୋ ଅଟକାଇ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଯାହାଫଳରେ ବିଶ୍ୱନାଥ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବରଗଡ଼ ଟାଉନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ପ୍ରକାଶ ପାଇଥିଲେ।

ନିର୍ବାଚନୀ ହିଂସା ଯୋଗୁ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପହଞ୍ଚିଥିଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସାହାୟୀ ମୀନା ଓ ପୁଲିସ ଫୋର୍ସ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ନିର୍ବାଚନ ଶୁରୁଖୁରୁରେ ଚାଲିଛି। ଲୋକମାନେ ଶୃଙ୍ଖଳିତ ଭାବେ ଆସି ମତଦାନ କରୁଥିବା ଜଣାପଡ଼ିଛି।

Advertisment

ସେପଟେ ହତ୍ୟାକାଣ୍ଡକୁ ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟକ୍ତିଗତ କାରଣରୁ ହତ୍ୟାକାଣ୍ଡ ଘଟିଛି। ତଥାପି ସମସ୍ତ ଦିଗକୁ ତଦନ୍ତ ଚାଲିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ। ଏହା ନିର୍ବାଚନୀ ହିଂସା ନୁହେଁ ବୋଲି ଆଇଜି ସ୍ପଷ୍ଟ କରିଛନ୍ତି।

ହତ୍ୟାକାଣ୍ଡକୁ ନେଇ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସାହାୟୀ ମୀନା କହିଛନ୍ତି, ଉଭୟ ମିଶି ମଦ ପିଇଥିଲେ। ମଦ ପିଇବା ବେଳେ ଉଭୟଙ୍କ ଭିତରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଥିଲା। ସେହି ରାଗରେ ବିଶ୍ୱନାଥଙ୍କୁ ଅଶୋକ ମହାନନ୍ଦ ଛୁରା ଭୁଷି ଦେଇଥିଲା। ତାଙ୍କୁ ମେଡ଼ିକାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ନିର୍ବାଚନୀ ହିଂସା ନୁହେଁ ବୋଲି ଏସ୍‌ପି କହିଛନ୍ତି।

ରିପୋର୍ଟ-ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ

Murder Crime BARAGADA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe