Advertisment

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଯୁବକଙ୍କୁ ପିଟି ପିଟି ମାରିଦେଲେ

ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ  ପୁଲିସ ଫୋର୍ସ ମୁତୟନ କରାଯାଇଛି।

author-image
Tapaswini Nayak
undefined

Murder

ସାମାନ୍ୟ ବଚସା ନେଲା ଉଗ୍ରରୂପ। ଯୁବକଙ୍କୁ ପିଟି ପିଟି ମାରିଦେଲେ। ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ  ରଜତ ରାଜହଂସ। 

Advertisment

ଗତକାଲି ସକାଳେ ରଜତ ଛକକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ରଜତ ବ୍ୟକ୍ତି ଜଣଙ୍କୁ ଏକ  ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫାର୍ମ ହାଉସକୁ ଟେକି ନେଇ ହତ୍ୟା କରିଥିଲେ। ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ଓ ଘଟଣା ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। 

ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ  ପୁଲିସ ଫୋର୍ସ ମୁତୟନ କରାଯାଇଛି। 

Advertisment
Murder Jharsuguda